-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ବୀରମହାରାଜପୁର/ମୂର୍ଷୁଣ୍ଡି (ଆର୍ତ୍ତତ୍ରାଣ ଖୁର୍ଡ଼ିଆ) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ବଙ୍କିଆ ଗ୍ରାମର ଶତାୟୁ ଧର୍ମପରାୟଣ ବ୍ୟକ୍ତି ମନୋହର ଖୁର୍ଡିଆ(୧୦୪)ଙ୍କ ଶନିବାର ଭୋର ସମୟରେ ପରଲୋକ ହୋଇଯାଇଛି ।ସ୍ବର୍ଗତ ଖୁର୍ଡ଼ିଆ ପୌରାଣିକ ତଥ୍ୟ ଉପରେ ଆଧାରିତ ଭଗବାନ ରାମଚନ୍ଦ୍ର,ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ କାହାଣୀ ବୁଝାଇବା ସହିତ ଅଖଣ୍ଡ ଭାଗବତ ଉପରେ ଚର୍ଚ୍ଚା କରି ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ଲୋକଙ୍କୁ ସଚେତନ କରୁଥିଲେ ।ବିଲୁପ୍ତିର ଶିଖରରେ ଥିବା ଖଞ୍ଜଣିର ତାଳେ ତାଳେ ବିଭିନ୍ନ ପ୍ରକାରର ସୁମଧୁର ଗୀତ ଗାନ କରି ଅଞ୍ଚଳରେ ଜଣେ ଚର୍ଚ୍ଚିତ ବ୍ଯକ୍ତି ଥିଲେ ।ତାଙ୍କ ପରଲୋକ ଖବର ଶୁଣିବା ପରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ଶଯ୍ୟା ନିକଟରେ ସପରିବାର ଉପସ୍ଥିତ ଥିଲେ ।ନିକଟସ୍ଥ ଘୁଙ୍ଗିଯୋର ଶ୍ମଶାନ ଘାଟରେ ତାଙ୍କର ଅନ୍ତ୍ଯେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ସାନ ପୁଅ ଧୃବଚରଣ ଖୁର୍ଡିଆ ମୁଖାଗ୍ନି ପ୍ରଦାନ କରିଥିଲେ ।