-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଵିଶିଷ୍ଠ ଶିକ୍ଷାବିତ୍ ତଥା ରାଧାନାଥ ଶିକ୍ଷକ ପ୍ରଶିକ୍ଷଣ ମହାଵିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସେବକ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷା ଵିଭାଗ ର ଅଧ୍ୟାପକ ଡ଼ ପ୍ରଶାନ୍ତ ଦାଶ ଙ୍କ ପରିଚାଳନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ସଞୀବ ଦାଶ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡ଼ ଦୀପେନ୍ ପଟ୍ଟନାୟକ ଡ଼ ତ୍ରିପାଠୀ ଙ୍କୁ ଉପହାର ପ୍ରଦାନ କରିଥିଲେ । ଡ଼ ତ୍ରିପାଠୀ ସମ୍ବର୍ଦ୍ଧନା ର ଉତ୍ତର ରେ କହିଥିଲେ ଯେ ଶିକ୍ଷକତା ଏକ ପେଷା ନୁହେଁ ଜୀବନ ଅଟେ, ଜଣେ ଭଲ ଶିକ୍ଷକ ର ପୁଞୀ ହେଉଛନ୍ତି ଛାତ୍ରଛାତ୍ରୀ ଓ ଉଭୟ ଶିକ୍ଷକ ଓ ଛାତ୍ର ମଧ୍ୟରେ ଭରସା ରହିବା ଉଚିତ୍ । ଶ୍ରୀ ମାନସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଵସରରେ ପ୍ରଫେସର ତ୍ରିପାଠୀ କଲେଜ୍ ପରିସରରେ ଵୃକ୍ଷ ରୋପଣ କରିଥିଲେ ।