-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ଧର୍ମଗଡ(କ୍ରିଷ୍ଣା ଦାସ ନାଏକ)ଧର୍ମଗଡ ରୟାଲ ପ୍ଲେସ ଠାରେ ଧର୍ମଗଡ ପ୍ରେସ କ୍ଲବ ଅନୁକୁଲ୍ୟୟ ରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି। ପ୍ରଥମେ ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଲ ବେଦଭୂଷଣ ଦିପପ୍ରଜଳନ କରି କାର୍ଯ୍ୟ କ୍ରମ କୁ ଶୁଭାରମ୍ଭ କରିଥିଲେ। ପ୍ରେସ କ୍ଲବ ସଭାପତି କ୍ରିଷ୍ଣା ଦାସ ନାଏକ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ମଞ୍ଚରେ ମଞ୍ଚାସିନା ଅତିଥି ବୃନ୍ଦ ରାଷ୍ଟ୍ର ଗଠନରେ ସାମ୍ୱାଦିକ ମାନଙ୍କ ଭୂମିକା ଅତୁଳନୀୟ ବୋଲି ନିଜ ନିଜ ଅଭିଭାଷଣ ରଖିଥିବା ବେଳେ ଜାତୀୟ ପ୍ରେସ ଦିବସ ପାଳନ ର ଭୂମିକା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରି ଥିଲେ। ଧର୍ମଗଡ ପ୍ରେସ କ୍ଲବ ପକ୍ଷରୁ ବିଭିନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଛାତ୍ର ,ଶିକ୍ଷକ, ଡ଼ାକ୍ଟର,ସମାଜସେବୀ, କ୍ରୀଡାବିତ, ସଫେଇ କର୍ମୀଙ୍କୁ ଉପଢକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋସି, ଧର୍ମଗତ ଏନ ଏ ସି ଉପାଧ୍ୟକ୍ଷା ମନିଶା ମୁଣ୍ଡ ମିଶ୍ର , ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା,ଏସ ଡି ପି ଓ ଧିରଜ୍ ଚୋପେଦାର,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ଆଇନ ପରାମର୍ଶ ଦାତ୍ରି ସଂଯୁକ୍ତା ପଣ୍ଡା ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମିସ ଦିପଶା ଜୈନ ଓ ତେଜନ କୁମାର ଦୁର୍ଗା ପରିଚାଳନା କରିଥିବା ବେଳେ କ୍ଲବର ଯୁଗ୍ମ ସମ୍ପାଦକ ଜନ୍ମେଜୟ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ।