-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ବଲାଙ୍ଗିର - ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦ ପକ୍ଷରୁ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ମହାନ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ନାଁ ରେ ଉତ୍ସର୍ଗୀକୃତ ହେବାକୁ ଥିବା ଏହି ନାଟକ ଉତ୍ସବ ଆସନ୍ତା ନଭେମ୍ବର ୧୮ ତାରିଖରୁ ୨ଠ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ୱାଦ ଓ ବିଷୟବସ୍ତୁ କୁ ନେଇ କୋସଲୀ ନାଟକ ପରିବେଷିତ ହେବା ସହ ନାଟକ ଓ କଳା ସଂସ୍କୃତିକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ତିନି ଦିନର ତିନୋଟି ସଂଧ୍ୟାରେ ପରିବେଷିତ ହେବାକୁ ଥିବା ମୋଟ୍ ୬ଟି ନାଟକର ପୋଷ୍ଟର ଆଜି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନଟରାଜ କଳା ପରିଷଦର ଅଧ୍ୟକ୍ଷ ଶ୍ରୀକର ମିଶ୍ର, ସଭାପତି ହରିନାରାୟଣ ପୂଜାରୀ, ସଂପାଦକ ପ୍ରହଲ୍ଲ୍ାଦ ଦର୍ଜି, ମଧୁସୂଦନ ନାୟକ ଓ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।