-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତିକରଣ, ସମ୍ବଲପୁର ଠାରୁ ଜାମ୍ବୁତାବି ଟ୍ରେନକୁ ଟିଟିଲାଗଡ ରେଲୱେ ଜଙ୍ଗସନ୍ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ବଲାଙ୍ଗିର ଜନସାଧାରଣଙ୍କ ପାଇଁ ନୂଆଁଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସୁବିଧା କରିବା, ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ଯ୍ୟ ଶିଘ୍ର ତ୍ୱରାନ୍ୱିତ କରି ତାର ସମୟ ଅବଧି ମଧ୍ୟରେ ସମାପ୍ତ କରିବା ପାଇଁ ସ୍ଥାନୀୟ ଏମ୍ପି ଙ୍କୁ ସାକ୍ଷାତ କେନ୍ଦ୍ର ସରକାର ଠାରେ ଦାବି ଉପସ୍ଥାପନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ସଭାରେ ଗୋପଭୂଷଣ ନାଥଙ୍କୁ ସଂଘର ପ୍ରବକ୍ତା ଭାବରେ ମନୋନିତ କରାଯାଇଥିଲା ଓ ପ୍ରଶନ୍ନ ମିଶ୍ରଙ୍କ ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା । ଏହି ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ-ସଂପାଦକ ପ୍ରଭାକର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ପଙ୍କଜିନୀ ପଣ୍ଡା, ବୃନ୍ଦାବନ ବରାଳ, ମନୋରଂଜନ ପୁରୋହିତ, ପର୍ଶୁରାମ ନାଏକ, ରଘୁନାଥ ମିଶ୍ର ଓ ଶେଷରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।