-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Oct-2022
ବଲାଙ୍ଗୀର(ପ୍ରେରଣା ଖବର), ଆସନ୍ତା ନଭେମ୍ବର ୧ ତାରିଖ ଦିନ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଜାକ୍ଜମକ୍ର ସହ ବଲାଙ୍ଗୀର ଦିନ୍ ପାଳନ ହେବାକୁ ଯାଉଛି । ଦିନ ଯେତିକି ପାଖେଇ ଆସୁଛି, ଆୟୋଜକ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସେତେ ଉତ୍ସୁକତା ବଢ଼ିବାରେ ଲାଗିଛି । ଉତ୍ସବର ସଫଳ ଆୟୋଜନ ପାଇଁ ଆଜି ବିଭିନ୍ନ କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ସଂଧ୍ୟାରେ ସ୍ଥାନୀୟ ପି ପି ଏକାଡେମୀ ଠାରେ ଏକ ପ୍ରସ୍ତୁତି ବୈଠକ ଓ ବିଭିନ୍ନ କମିଟିକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଅନୁଷ୍ଠିତ ହୋଇଥିଲା । ଅର୍ଥ କମିଟି, ସାଂସ୍କୃତିକ କମିଟି, ଖାଦ୍ୟ କମିଟି, ଅଭ୍ୟର୍ଥନା କମିଟି ଓ ଷ୍ଟେଜ୍ କମିଟିର ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ହୋଇଛି । ବଲାଙ୍ଗୀର ଦିନ୍ କମିଟିର ମୁଖ୍ୟ ସଂଯୋଜକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଙ୍ଗ ହ୍ୟୁମେନ୍ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ନାରୀ ଶକ୍ତି ଫାଉଣ୍ଡେସନ, ଅବସରପ୍ରାପ୍ତ ସୈନିକ ସଂଗ, ମରାୱାଡି ମହିଳା ମଂଚ, କର୍ତ୍ତବ୍ୟ ଫାଉଣ୍ଡେସନ, ୱାଇ ଏମ୍ବ ସି, ସଦର ସୁନ୍ନି, ସ୍ମାଇଲ ଫର୍ ଅଲ୍, ଲିବରେସନ, ସ୍ୱାଭିମାନ, ବଲାଙ୍ଗୀର ଏକ୍ସନ କମିଟି, ବଲାଙ୍ଗୀର ନାଗରିକ କମିଟି ସମେତ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।