-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ବ୍ୟାଡମିନ୍ଟନ ବୈଷୟୀକ ଅଧିକାରୀ କର୍ମଶାଳା ଉଦଘାଟିତ, ତାଲିମ ନେଉଛନ୍ତି ୩୦ ପ୍ରାର୍ଥୀ,   ଆନ୍ତରିକତା, ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ଆପେ ବାଟ ଫିଟେ - ଅମରେନ୍ଦ୍ର

18-Oct-2022



ବଲାଙ୍ଗୀର(ପ୍ରେରଣା ଖବର) ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ସାରା ରାଜ୍ୟରେ ନିଜ ଢଙ୍ଗର ଏକ ମାତ୍ର ଷ୍ଟାଡିଅମ ଭଳି ଏକ ଉକ୍ତି ଅନ୍ତର୍ଜାତୀୟ ବ୍ୟାଡମିନ୍ଟନ ଅମ୍ପାୟାର ଓ ରାଜ୍ୟ ବ୍ୟାଡମିନ୍ଟନ ସଂପାଦକ ପ୍ରକାଶ କରିବା ଶୁଣି ବଲାଙ୍ଗିରବାସୀ ନିଶ୍ଚୟ ଗର୍ବ ଅନୁଭବ କରିବେ । ବଲାଙ୍ଗିର ଭଳି ପଛୁଆ ଅନଗ୍ରସର ଅଂଚଳରେ ଏଭଳି ଏକ ଆଧୁନୀକ ଓ ଉନ୍ନତମାନର ଷ୍ଟାଡିଅମ ସମ୍ଭବ କରିଥିବା ଉଦ୍ୟୋକ୍ତାମାନଙ୍କୁ ମୁଁ ସାଧୁବାଦ ଜଣାଉଛି । ତେବେ ଆନ୍ତରିକତା, ଉଦ୍ୟମ ଓ ରାଜନୈତିକ ଇଚ୍ଛାଶକ୍ତି ଥିଲେ ସବୁ ସମସ୍ୟାର ସମାଧାନ ବାଟ ଆପେ ଆପେ ଫିଟିବା ସହିତ ବିଭିନ୍ନ ଦିଗରୁ ଲୋକେ ସହଯୋଗର ହାତ ବଢାନ୍ତି । ଆଶା ତାଲିମ ନେଉଥିବା ସମସ୍ତ ପ୍ରାର୍ôଥ ନିଜ ଲକ୍ଷରେ ସଫଳ ହେବେ ବୋଲି ଆଜି ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ବ୍ୟାଡମିନ୍ଟନ ବୈଷୟୀକ ଅଧିକାରୀ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ  ଆଇନଜୀବି ଅମରେନ୍ଦ୍ର ମିଶ୍ର କହିଛନ୍ତି ।   
 

 ସେ ଆହୁରି କହିଥିଲେ ଯେ, ବ୍ୟାଡମିନ୍ଟନ କ୍ଷେତ୍ରରେ ବଲାଙ୍ଗିର  ନିଜର ନାଁ କରି ଆସିଛି । ଦୁର୍ବଳ ଭିତ୍ତିଭୁମୀ ସତ୍ୱେ ବହୁ ବର୍ଷ ପରେ ପୁଣି ବଲାଙ୍ଗିର ଖେଳାଳି ରାଜ୍ୟ ସ୍ତରର ବିଭିନ୍ନ ବର୍ଗରେ ପୁଣି ବିଜୟ ଧାରା ଆରମ୍ଭ କରିଛନ୍ତି । ଜିଲ୍ଲା ସଂଷର କାଯ୍ୟକର୍ତ୍ତାମାନଙ୍କ ଉଦ୍ୟମ ନିଶ୍ଚୟ ଭାବେ ପ୍ରଶଂସାର ପାତ୍ର ।  ଏଭଳି ଭିତ୍ତିଭୁମି ବଲାଙ୍ଗିର ଖେଳାଳିମାନଙ୍କ ପରିଶ୍ରମ ଓ ପ୍ରତିଭାକୁ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ଉନ୍ନିତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ ।  ଆଜି ସକାଳୁ ପୁର୍ବନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓଡିଶା ରାଜ୍ୟ ବ୍ୟାଡମିନ୍ଟନ ସଂଘର ସଂପାଦକ  ନିଲିନ କୁମାର, କୋର୍ଟ ଅଫିସିଆଲ କମିଟି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରାଜ୍ୟ ବରିଷ୍ଟ ବୈଷୟୀକ ଅଧିକାରୀ ଜୟନ୍ତ ମିଶ୍ର ଷ୍ଟାଡିଅମକୁ ପହଞ୍ଚି  ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ । ପରେ ଅନ୍ତର୍ଜାତୀୟ ଓ ଅଲମ୍ପିକ ଅମ୍ପାୟାର ଉଦୟ ସାହାନେ ଓ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ରଙ୍କୁ ଜିଲ୍ଲା ସଂଘର କର୍ମକର୍ତ୍ତାମାନେ ସ୍ୱାଗତ କରିବା ପରେ ବିଧିବଦ୍ଧ ଭାବେ ବ୍ୟାଡମିନ୍ଟନ ବୈଷୟୀକ ଅଧିକାରୀ କର୍ମଶାଳା ଉଦଘାଟନ ହୋଇଥିଲା । କରୋନା ଯୋଗୁଁ ବଲାଙ୍ଗିର ଗତ ବର୍ଷ ୧୩ ବର୍ଷ ବର୍ଗର ଜାତୀୟ  ପ୍ରତିଯୋଗିତା ହରାଇ ଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗିର ସ୍ଥିତ

ଇନଡୋର ସାରା ରାଜ୍ୟରେ ନିଆରା । ଆଗାମୀ ଦିନରେ ଏଭଳି ଉନ୍ନତମାନର ଭିତ୍ତିଭୁମୀ ବିଭିନ୍ନ ସ୍ତରର ପ୍ରତିଯୋଗିତାକୁ ଆକର୍ଷିତ କରିବ ବୋଲି  ରାଜ୍ୟ ସଂପାଦକ ନୀଲିନ ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଅନ୍ତର୍ଜାତୀୟ ଅମ୍ପାଆର ଶ୍ରୀ ସାହାନେ ମଧ୍ୟ ଇନଡୋର  ସହିତ ଜିଲ୍ଲା ସଂଘର ଉଦ୍ୟମକୁ ଭୁୟସୀ ପ୍ରସଂଶା କରିବା ସହ ପ୍ରଶିକ୍ଷଣ ନେଉଥିବା ପ୍ରାର୍ଥିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯକ୍ରମକୁ ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଘନଶ୍ୟାମ ମିଶ୍ର, ଜିଲ୍ଲା କୋଡିନେଟର ଆଦିତ୍ୟ କେଜରିୱାଲ, ମ୍ୟାଚ କୋଡିନେଟର ସୁରେନ୍ଦ୍ର ନେପାଲ ମଞ୍ଚାସିନ ଥିବା ବେଳେ  ବୈଷୟିକ ଅଧିକାରୀ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଜିଲ୍ଲା ସଭ୍ୟ ବିରେନ୍ଦ୍ର ମିଶ୍ର, ଝୁଲୁ ପଟ୍ଟନାୟକ, କବିଚନ୍ଦ୍ର ଠାକୁର,ସୁନୀଲ ବେହେରା,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like