-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-Oct-2022
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ମାନସିକ ରୋଗ ବିଭାଗ ଦ୍ୱାରା ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ହସପିଟାଲ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସାରା ସହର ପରିକ୍ରମା କରି ସି.ଡି.ଏମ.ଓଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲା । ମାନସିକ ରୋଗୀଙ୍କୁ ଘୃଣା ନକରି ସେମାନଙ୍କୁ ଡାକ୍ତରଖାନାକୁ ଆଣି ଉଚିତ ଚିକିତ୍ସା କରାଇବା ପାଇଁ ଶୋଭାଯାତ୍ରାରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।