-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ବରଗଡ଼, ବରଗଡ଼ ନିକଟସ୍ଥ ଗୁଡେଶିରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ କୁମାର ପୂର୍ଣ୍ଣିମା ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଇଷ୍ଟଦେବୀ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। କୁମାର ପୂର୍ଣ୍ଣିମା ପରିପ୍ରେକ୍ଷୀରେ ପ୍ରଥମେ ଷୋଡ଼ଷପଚାର ପୂଜା, ଚଣ୍ଡିହୋମ ହେବା ସହିତ ଅପରାହ୍ନରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା। ପଣ୍ଡିତ ଚୁଡାମଣି ରଥ, ପଣ୍ଡିତ ପରମାନନ୍ଦ ଦାଶ, ପଣ୍ଡିତ ବିଷ୍ଣୁ ଦୟାଲ ଦାଶଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜାବିଧି ସମାପନ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ସୁରେଶ୍ବର ଶତପଥୀ ଯୋଗଦେଇ ସାଂସଦ ପାଣ୍ଠିରୁ ପ୍ରଦତ୍ତ ରାଶିରେ ସମଲେଶ୍ବରୀ କଲ୍ୟାଣ ମଣ୍ଡପ ଉନ୍ନତିକରଣ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। କୁମାର ପୂର୍ଣ୍ଣିମା ମହୋତ୍ସବରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଟ୍ରଷ୍ଟ ବୋର୍ଡ ସଭାପତି କିଶୋର ଚନ୍ଦ୍ର ଦାଶ ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ପଦ୍ମପୁର ରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ