-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ବଲାଙ୍ଗିର(ପ୍ରେରଣା ଖବର) ଆଜି ସକାଳ ପ୍ରାୟ ୮ ଟା ୫୫ ମିନିଟ୍ ସମୟରେ ବଲାଙ୍ଗିର ଷ୍ଟେସନ ରୁ ସମ୍ବଲପୁର ପଟକୁ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି l ବଲାଙ୍ଗିର ସୁଦ ପଡା ରେଲ ଫାଟକ ଠାରେ ଏହି ଘଟଣା ଘଟିଥିବା ବେଳେ ମୃତ ବ୍ଯକ୍ତି ଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ l ମୃତକ ଜଣକ ମୁହଁ ମାଡ଼ି ପଡିଥିବା ଓ ତାଙ୍କ ଗୋଡ଼ରେ ସିମେଣ୍ଟ ଲାଗିଥିବାରୁ ମୃତକ ଜଣକ ଶ୍ରମିକ ହୋଇଥିବା ଅନୁମନ କରାଯାଉଛି l ଜି ଆର୍ ପି ପୋଲିସ ଘଟଣାସ୍ଥଳ ରେ ପହଞ୍ଚିଲା ପରେ ମୃତକଙ୍କ ପରିଚୟ ଜଣାପଡିବ ବୋଲି କୁହାଯାଉଛି l