-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) : ଲୋଇସିଂହା ବ୍ଲକ ଅନ୍ତର୍ଗତ କେଉଁଟିପାଳି ବାସିନ୍ଦା ସୁଧୀର କୁମାର ନନ୍ଦ 239 ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି l ତାଙ୍କ ପିତା. ଝାରୁଲାଲ ନନ୍ଦ ଜଣେ ରିଟାଏରେ ପି.ଏ ତୁରେକେଲା ବ୍ଲକ, ମାତା ଶ୍ରୀମତୀ ଝରଣା ନନ୍ଦ ଜଣେ ଗୃହିଣୀ l ସୁଧୀରଙ୍କ ସ୍କୁଲ ହେଉଛି ଏସଟି. ଅଂନେସ ସ୍କୁଲ, କଲେଜ ହେଉଛି ଡ଼ିଏଭି ଜୁନିଅର କଲେଜ ଟିଟିଲାଗଡ଼, ବିଟେକ- ଇଞ୍ଜିନିଅରିଙ୍ଗ କଲେଜ ଏବଂ ଟେକ୍ନୋଲୋଜି, ଭୁବନେଶ୍ୱର l ନିଜସ୍ୱ ଉଦ୍ୟମ ଓ ପ୍ରଚେଷ୍ଟା ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କ ବାପା ଓ ମାଙ୍କ ଆଶୀର୍ବାଦ ବହୁମାତ୍ରାରେ ରହିଛି ବୋଲି ସୁଧୀର ଦୃଢୋକ୍ତି ପ୍ରକାଶ କରିଛନ୍ତି l ଛାତ୍ର ଜୀବନରୁ କଠୋର ପରିଶ୍ରମ ବଳରେ ଆଜି ତଳ ପାହାଚ ରୁ ଉପର ପାହାଚକୁ ପହଁଚି ପାରିଛନ୍ତି ସୁଧୀର l