-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2022
ବୌଦ୍ଧ :-ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ୍ ଆଘାତରେ ପୂର୍ବରୁ କେତେଜଣ ଗୁରୁତର ହୋଇଛନ୍ତି ତ କେତେଜଣ ପ୍ରାଣ ହରାଇଛନ୍ତି। ଗତକାଲି ହରଭଙ୍ଗା ବ୍ଲକ୍ ଜବଲପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା ମନରୁ ଲିଭିନଥିବା ବେଳେ।ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଶିବ ମନ୍ଦିର ପାଖ ରାସ୍ତାରେ ମୃତ୍ୟୁ ଜାଲ ଭଳି ବିଦ୍ୟୁତ୍ ତାର ଝୁଲୁଥିବା ଦେଖିବାକୁ ମିଳିଛି। ପଡୋଶୀ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ଏହି ବିଦ୍ୟୁତ୍ ତାର ଗୋଟିଏ ଶୁଖିଲା ଗଛ ଡ଼ାଳ ରେ ଲାଗି ରହିଥିଲା କୌଣସି କାରଣ ବଶତଃ ଡ଼ାଳଟି ଭାଙ୍ଗିଯିବା ପରେ ଏବେ ୬ ଦିନ ହେବ ଏମିତି ଅବସ୍ଥାରେ ବିଦ୍ୟୁତ୍ ତାର ଝୁଲୁଛି ଯାହା ଗୋଟିଏ ଛୋଟ ପିଲାର ମୁଣ୍ଡ ମଧ୍ୟ ବାଜିବା ଭଳି । ହେଲେ ଏବେ ନାମକୁ ମାତ୍ର ସାହାରା ପାଲଟିଛି ଗୋଟିଏ ପତଳା ବାଉଁଶ ତାହା ମଧ୍ୟ ଲୋକଙ୍କ ମୁଣ୍ଡ ପାଖରେ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟଠୁ ବୃଦ୍ଧ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି । କିଛି ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ବିଦ୍ୟୁତ୍ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
(ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ)