-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-Sep-2022
ବରଗଡ:-ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ବରଗଡ ଠାରେ ବିଶ୍ୱ ଜଳାନ୍ତକ ଦିବସ ଓ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳନ ହୋଇଯାଇଛି ।ଏ ଦିବସ କୁ ପରିବାର କଲ୍ୟାଣ ଚିକିତ୍ସାଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସାଧୁ ଚରଣ ଦାଶ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା ।ଏହି ସଭାରେ ତିନି ଜଣ ଆଶା କର୍ମୀ ଯଥା-ଛୁରିଆପାଲି ର କାର୍ଯ୍ୟରତ ଆଶାକର୍ମୀ ସାନୋଜ ତାଣ୍ଡି,ଚକୁଳି ଫାର୍ମ ର ଆଶାକର୍ମୀ ବାସନ୍ତୀ ସାହୁ,ବରଗଡ ସହରର ୱାର୍ଡ ନଂ ୭ ରେ କାର୍ଯ୍ୟରତ ଆଶାକର୍ମୀ ମଞ୍ଜୁ ସୁନା ଙ୍କୁ ପରିବାର ନିୟୋଜନ ସେବାରେ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଅନୁଷ୍ଠିତ ଏ ଭବ୍ୟ ସଭାରେ ପୁରସ୍କୃତ କରାଯାଇଥିବାବେଳେ,ତିନିଜଣ ନର୍ସିଂ ଅଫିସର ତ୍ରିବେଣୀ ଦିପ୍(ଷ୍ଟାଫ୍ ନର୍ସ ପିପିସି),ରୋଜାଲିନ ଶବର(ଷ୍ଟାଫ୍ ନର୍ସ ଡିଏଚଏଚ,ବରଗଡ),ଛବିରାଣୀ ପୃଷ୍ଟି(ଷ୍ଟାଫ୍ ନର୍ସ ଏସଡିଏଚ,ପଦ୍ମପୁର) ତତସଙ୍ଗେ ସଙ୍ଗେ ଡାକ୍ତର କେ.ଆର.ରାଓ ଓଜି ସ୍ପେସାଲିଷ୍ଟ ଡିଏଚଏଚ ବରଗଡ,ଡାକ୍ତର ସେବକ ମେହେର ଓଜି ସ୍ପେସାଲିଷ୍ଟ ଡିଏଚଏଚ ବରଗଡ,ଡାକ୍ତର ସରୋଜ ସେଠ ପ୍ରସୂତୀ ବିଭାଗୀୟ ବିଶେଷଜ୍ଞ ପଦ୍ମପୁର ଙ୍କୁ ସମ୍ମାନୀତ କରାଯାଇଥିଲା ।ଏ ଅବସରରେ ଡାକ୍ତର ସନ୍ଦିପ କୁମାର ଅଗ୍ରୱାଲ ସକ୍ରିୟ ଅଂଶ ଗ୍ରହଣ କରି ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ଡାକ୍ତର ବିଭୁତି ଭୂଷଣ ମେହେର,ଡି.ପି.ଏମ ରାଜକୁମାର ଗୁପ୍ତା,ବରଗଡ ଡିଏମ ଆର.ସି.ଏଚ ଅଶୋକ ସାହୁ, ପ୍ରତାପ ଦାଶ ଡିପି.ଏଚ.ସି.ଓ ଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।