-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||     

HOME   ଜିଲ୍ଲା

କୋମାରେ ସୁବର୍ଣ୍ଣପୁର ପୌରପରିଷଦ : ସବୁ ଯୋଜନା ରେ ସବୁ କାମ ରେ ବାରି ହେଉଛି ଦୁର୍ନୀତି ର ଗନ୍ଧ: ଆଗକୁ ମହା ଦୁର୍ନୀତି ର ହେବ ଖୁଲାସା

24-Sep-2022



ସୁବର୍ଣ୍ଣପୁର,  କୋମା ରେ ସୁବର୍ଣ୍ଣପୁର ପୌରପରିଷଦ l ସଫେଇ ହେଉ କିମ୍ବା ପଲିଥିନ ମୁକ୍ତ ଅଭିଯାନ, ମଶା ବଂଶ ହ୍ରାସ କରିବା ହେଉ କିମ୍ବା ଡ୍ରେନ ସଫେଇ, ଓ ଗୋ ଶ୍ରଦ୍ଧା ଯୋଜନା ସବୁ କାର୍ଯ୍ୟ ରେ ତାରି ଅସଫଳତା, ଅପାରଗତା ପଦା ରେ ପଡିଛି l ଓ ସହର ର କେତେକ ଜାଗାରେ ରାସ୍ତା ଅଧପନ୍ତରିଆ ହୋଇ ପଡିଛି l ସେପଟେ ବଡ଼ବଜାର ବଡ଼ ଦାଣ୍ଡ ରାସ୍ତା ଓ ବିଭିନ୍ନ ରାସ୍ତା ନିର୍ମାଣ ରେ ହେଉ କିମ୍ବା ଜାଗା ମିଶନ, ଆବାସ ଯୋଜନା ହେଉ କିମ୍ବା ମୁକ୍ତା ଯୋଜନା ଓ ଦୋକାନ ଗୃହ ବଣ୍ଟନ ସବୁଥିରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି  l ବିଗତ ବର୍ଷ ରେ ବିଜୁ ପଟ୍ଟନାୟକ ଛକ ରୁ  ବଡ଼ ବଜାର ରାସ୍ତା ର ପୁନଃ ନିର୍ମାଣ  ଯାହାକି ଦୁର୍ନୀତି ର ଏକ ଛୋଟ ଝଲକ l ସହର ର ବିଭିନ୍ନ ସ୍ଥାନ ରେ  ଆବର୍ଜନା ଗଦା କୁ ନେଇ ଲୋକେ ନାକ ଟେକୁଥିବା ବେଳେ ସଦର ପୌରପରିଷଦ ବ୍ୟବସ୍ଥା କରିଥିବା  ଅମୃତଧାରା ଗୁଡିକ ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରେ ମଧ୍ୟ  ପାଣି ପାଇଁ  ଯାତ୍ରୀ ପଥିକ ହାହାକାର ହେଉଥିଲେ l  ବେଳେବେଳେ ପଟାଭାଡି  ଓ ସହର ର ବିଭିନ୍ନ ଜାଗାର ଜବରଦଖଲ ଉଛେଦ କୁ ନେଇ ମଧ୍ୟ ବେଶ ଚର୍ଚ୍ଚିତ ହୋଇଥାନ୍ତି ଏଠାକାର ନିର୍ବାହୀ ଅଧିକାରୀ l କେବଳ କିଛି ନିରୀହ ପ୍ରଜାଙ୍କୁ ଉଛେଦ କରି  ବାହାବା ନେଉଥିବା ଏ ମହାଶୟ ଜଣକ କିନ୍ତୁ କିଛି ବଡ଼ବଡ଼ିଆ ଯେକି ଡ୍ରେନ ଗୁଡିକ ଜବର ଦଖଲ କରିଥିବାରୁ ରାସ୍ତା ଉପରେ ବନ୍ୟା ପାଣି  ମାଡି କୃତ୍ରିମ ବନ୍ୟା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି ତାହା ଅଣଦେଖା କରି  ନ ଦେଖିଲା ପରି ଚୁପ ରହିଥାନ୍ତି  ଅଧିକାରୀ l  ଅନ୍ୟ ପଟେ ପୌରପରିଷଦ ପଲିଥିନ  ଚଢ଼ାଉ କରି ବେଶ ପ୍ରହସନ କରୁଥିବା ମଧ୍ୟ ଦେଖିବାକୁ ମିଳେ l କେବଳ କିଛି ପନି ପରିବା ବ୍ୟବସାୟୀ ଓ କିଛି ଉଠା ଦୋକାନୀ ଙ୍କ ଠାରୁ କିଛି ପଲିଥିନ ଜବତ ସହ ଫାଇନ କରି ନିଜ ପାରିବା ପଣିଆ ଦେଖାନ୍ତିସିନା ସେ ଜବତ ପଲିଥିନ ସବୁକାହାର ଜିମାରେ ଦିଅନ୍ତି ନା ତାକୁ ନିଜ ମାଲଖାନାରେ ରଖିଥାନ୍ତି ଅବା ପଲିଥିନ ସବୁକୁ ପୋଡ଼ି ଦେଇଥାନ୍ତି ତାର ମଧ୍ୟ ହିସାବ କାହା ପାଖରେ ନଥାଏ l ଆଜିବି ସହର ରେ ଶହ ଶହ ଦୋକାନ ରେ ଖୁଲମ ଖୁଲା ପଲିଥିନ ବ୍ୟବହାର ହେଉଛି l ଏହା ଜାଣି ବି ଅଜଣା ସାଜିଛି ପୌର ପ୍ରଶାସନ  l  ପୌରପରିଷଦ  ର ଦୁର୍ନୀତି ଓ ଅପାରଗତା ବିଷୟ ରେ ଅନେକ ଅଭିଯୋଗ ଆସିଲେ ସୁଦ୍ଧା କିମ୍ବା ବିଭିନ୍ନ ଗଣ ମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହେଲା ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏଇ ଅଧିକାରୀଙ୍କୁ ତାଗିଦ ନ କରିବା, କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣା ସମସ୍ତ ଙ୍କୁ ଚକିତ କରିଛି l ପ୍ରକାଶ ଥାଉ କି ଯେ  ଏଇ ଅଧିକାରୀ ଙ୍କ ଜିଦଖୋର ମନୋଭାବ ଓ  ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ବିଭିନ୍ନ କାର୍ଯ୍ୟ ରେ ଅଣଦେଖା ନୀତି ଯୋଗୁଁ ପୌର ପ୍ରଶାସନ ର ଗତ ଅଗଷ୍ଟ ୩୧ ର ସ୍ୱlୟତ୍ତ ଶାସନ ଦିବସ ଓ ଅନେକ କାର୍ଯ୍ୟକ୍ରମ ର ଖବର ପ୍ରଚାର ପ୍ରସାର କୁ ସମସ୍ତ ମିଡ଼ିଆ ସାମୁହିକ ବର୍ଜନ କରିଛନ୍ତି l  ଏବଂ ସଭା ରେ 70 ଭାଗ ଚୌକି ଖାଲି ଥିବାରୁ  ମନ୍ତ୍ରୀ ଓ ଜ଼ିଲ୍ଲାପାଳ ଙ୍କୁ  ହିନସ୍ଥା ହେବାକୁ ପଡିଛି ସେଠି  l ଯାହାକି ଖର୍ଚ୍ଚ କାଟ ପାଇଁ ପ୍ରାୟୋଜିତ ଆୟୋଜନ ବୋଲି ଚର୍ଚ୍ଚା ହେଉଛି l ଏବଂ ଜ଼ିଲ୍ଲାପାଳ ଆଗରେ ଏଇ ବିଭାଗ ଉପରେ ଅନେକ ଥର ଆଲୋଚନା ସମାଲୋଚନା କରି ଗୁରୁତର ଅଭିଯୋଗ ସବୁ ବଖାଣି ଥିବା ମଧ୍ୟ ଜଣା ଯାଇଛି l ଏବଂ ଖୁବ କମ ସମୟ ଭିତରେ ସ୍ଥାନୀୟ ସ୍ମାର୍ଟ ଫରେଷ୍ଟ ପାର୍କ ର ମହା ଦୁର୍ନୀତି ସହିତ ଆହୁରି ଅନେକ କାର୍ଯ୍ୟ ର ଦୁର୍ନୀତି ର  ପର୍ଦାଫାଶ  ସାଧାରଣ ଜନତା ଙ୍କ ଆଗରେ ଉପସ୍ଥାପନା କରିବାକୁ ପ୍ରିଣ୍ଟ ମିଡ଼ିଆ ଗ୍ରୁପ  ପ୍ରସ୍ତୁତି  ଆରମ୍ଭ କରିଥିବା ଜଣା ପଡିଛି l ହେଲେ ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ହେତୁ ସହରର ସଚେତନ ବର୍ଗ ଙ୍କୁ  ଏହା ଚକିତ ବିସ୍ମିତ କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026

You Might Also Like