-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଲୋଇସି°ହାରେ ଗୁରୁ ଦିବସ ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଆଚାର୍ଯ୍ୟ ଶ୍ରୀ ଦୋଳଗୋବିନ୍ଦ ସାହୁ ଯୋଗଦେଇ ଗୁରୁ ଦିବସ ସ°ପର୍କରେ ଆଲୋକପାତ
କରିଥିଲେ l ଅତିଥି ପରିଚୟ ପ୍ରଦାନ ଏବଂ ଉଦ୍ଦେଶ୍ୟ କଥନ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ପଣ୍ଡା l ବିଦ୍ୟାଳୟର ଗୁରୁମା ପଦ୍ମିନୀ ମିଶ୍ର, ଗୁରୁଜୀ ମନୋଜ କୁମାର ବହିଦାର ଗୁରୁ ଦିବସ ସ°ପର୍କରେ ଆଲୋଚନା କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଗୁରୁଦିବସ ବିଷୟରେ ବକୃତା ପ୍ରଦାନ କରିଥିଲେ l ଏ ଅବସରରେ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା l