-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Sep-2022
ବଲାଙ୍ଗୀର/ ବିଷାକ୍ତ ମଦ ପିଇ ଜୁବକଙ୍କ ପ୍ରାଣହାନୀ, ଏପରି କିଛି ଦୁଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ସିଆଲଜୁରୀ ପଂଚାୟତ ଅନ୍ତର୍ଗତ ଖରଜୁରା ଗାଁ । ଆଜି ଅପରାହ୍ନ ପ୍ରାୟ ୧ ଟା ସମୟରେ ଖରଜୁରା ଗା ର ପ୍ରକାଶ ବଗର୍ତ୍ତି (୩୬)ସବୁ ଦିନ ପରି ମଦ ପିଇ ଘର କୁ ଆସିଥିଲା । ତେବେ ମଦର ପ୍ରଭାବରେ ହଠାତ ପ୍ରକାଶ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ପ୍ରକାଶ ଙ୍କୁ ତୁରନ୍ତ ବଲାଙ୍ଗୀର ହସ୍ପିଟାଲକୁ ଅଣାଯାଇଥିଲା । ତେବେ ହସ୍ପିଟାଲକୁ ଆଣିବା ବାଟରେ ପ୍ରକାଶଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପ୍ରକାଶ ଙ୍କ ଶରୀରରେ ମଦଜନିତ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଏବେ ଗାଁ ଗଣ୍ଡାରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଏହାକୁ ଦମନ କରିବାରେ ପ୍ରଶାସନ ସଂପୁର୍ଣ୍ଣ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।