-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
04-Sep-2022
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ପଲସାନୀ ଗ୍ରାମବାସୀ ତଥା ଗଣେଶ ପୂଜା କମିଟି ର ଆୟୋଜନ କ୍ରମେ ପଲସାନୀ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।ସରପଞ୍ଚ ଶ୍ରୀମତୀ ଅନୀତା ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିବାବେଳେ,ସମ୍ମାନୀତ ଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ସୁସ୍ମିତା ବାରିକ,ୱାର୍ଡ ମେମ୍ବର ସଂଯୁକ୍ତା ପ୍ରଧାନ,ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ଯୁଗେନ୍ଦ୍ର ସେଟ,ସମ୍ପାଦକ ଅନୀଲ କୁମାର ପ୍ରଧାନ ଯୋଗଦାନ କରି ନୂଆଁଖାଇ ପର୍ବର ଉଦ୍ଦେଶ୍ୟ ତଥା ମହତ୍ୱ ସମ୍ପର୍କ ରେ ନିଜନିଜ ମତ ପ୍ରଦାନ କରିଥିଲେ ।ଆୟୋଜକ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସହ ଦର୍ଶକ ମାନଙ୍କ ପାଇଁ ଅନ୍ନଛତ୍ର ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।