-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କ ର୍ଲା ମୁଣ୍ଡା ବ୍ଲକ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଶିକ୍ଷକତା ରୁ ଅବସର ଗ୍ରହଣ କରୁଥିବା ରୁ ମଙ୍ଗଳବାର ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ଗରୁଡ଼ଧ୍ୱଜ ଗହୀର ଙ୍କ ସଭାପତି ତ୍ୱ ରେ ଅୟୋଜିତ ସଭାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ ରଣା,ପରିଚାଳନା ସମିତି ସଭାପତି ଡମ୍ବରୁ ଧର ରଣା, ଶିକ୍ଷକ ପଙ୍କଜ ବାରିକ ପ୍ରମୁଖ ଯୋଗ ଦେଇଥିବା ବେଳେ ନୀଳମଣି ଗହୀର ସଂଯୋଜନା କରିଥିଲେ।
ଅତିଥି, ଛାତ୍ର ଛାତ୍ରୀ ମାନେ ଶ୍ରୀ ତ୍ରିପାଠୀ ଙ୍କୁ ଜଣେ ବ୍ୟକ୍ତି ନୁହେଁ, ସେ ଏକ ଅନୁଷ୍ଠାନ ବୋଲି ଅଭିହିତ କରିବା ସହ ତାଙ୍କ ଆଦର୍ଶ ଶିକ୍ଷକତା, ସାଙ୍ଗଠନିକ ଓ ପ୍ରଶାସନିକ ଦକ୍ଷତା କୁ ଭୁୟସୀ ପ୍ରଶଂସା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ଛାତ୍ର ତଥା ସାମ୍ବାଦିକ ନରୋତ୍ତମ ସେଲମା ମଧ୍ୟ ତ୍ରିପାଠୀ ଙ୍କ ଶିକ୍ଷକତା ଜୀବନ ଉପରେ ଆଲୋକପାତ କରିଥିଲେ।ଛାତ୍ର ଛାତ୍ରୀ ମାନେ ସଂକୀର୍ତ୍ତନ ତାଳେ ତାଳେ ଶିକ୍ଷକ ଙ୍କୁ ବିଦାୟ ଜଣାଇଥିଲେ।ପରେ ତ୍ରିପାଠୀ ଙ୍କ ନିଜ ଗାଁ ରିଷିଡା ଠାରେ ସଂକୀର୍ତ୍ତନ ସହ ଏକ ବିଶାଳ ଶୋଭା ଯାତ୍ରା କରାଯାଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରକାଶ ଥାଉ କି ଶ୍ରୀ ତ୍ରିପାଠୀ ଦୀର୍ଘ ୨୫ ବର୍ଷ ଧରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଥିଲେ