-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2022
ବଲାଙ୍ଗିର (ପ୍ରେରଣା ଖବର) ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ଶକ୍ତି ସଂରକ୍ଷଣ କ୍ଲଵ ଆନୁକୂଲ୍ୟରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (PCRA)ର ଶକ୍ତି ସଂରକ୍ଷଣ କାର୍ଯକ୍ରମ ଅଧୀନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲଵ ଇନ ଚାର୍ଜ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଲକ୍ଷ୍ୟ ଓ
ଉଦ୍ୟେଶ ଉପରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଏକକ ବ୍ୟବହାର ପ୍ଲାଷ୍ଟିକକୁ ଆମେ ସମସ୍ତେ ଓ ଆମ ଅଂଚଳର ଜନସାଧାରଣ କିପରି ବ୍ୟବହାର ନ କରିବେ ତାର ପ୍ରତି ସଚେତନ ହେବାକୁ ଛାତ୍ର ଛାତ୍ରୀମାନଂକୁ ପରାମର୍ଶ ଦେଇଥିଲେ | ଏହି ଆଲୋଚନାଚକ୍ରରେ ବିଦ୍ୟାଳୟର 42 ଜଣ ଛାତଛାତ୍ରୀ ଭଗନେଇଥିଲେ | ଏହି ସଭାରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସଂକୀର୍ତନ ତ୍ରିପାଠୀ ଓ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଯୋଗଦେଇ ଶକ୍ତି ସରଂକ୍ଷଣ ଉପରେ ନିଜର ମତ ରଖିଥିଲେ |