-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
ଆଗଲପୁର(ବିନୋଦ ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ତଥା ଶିକ୍ଷକବୃନ୍ଦ ସମବେତ ହୋଇ ଓଁ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜା ମହା ସମାରୋହରେ ପାଳନ କରିଛନ୍ତି । ଆଜିକାର ପୂଜାରେ ଛାତ୍ର ଛାତ୍ରୀଗଣ ବିଦ୍ୟା ଓ ସମସ୍ତଙ୍କ କଲ୍ୟାଣ ନିମନ୍ତେ ଶ୍ରୀ ଗଣେଶଙ୍କ ଠାରେ ଯଥାରୀତି ପୂର୍ବକ ପୁଜାର୍ଚ୍ଚନା କରିଥିଲେ । ମହାମାରୀ କରୋନା ର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ଦିନ ପରେ ବିଦ୍ୟାଳୟରେ ଗଣେଶ ପୂଜା ପାଳନ କରି ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀଗଣ ଉତ୍ସାହିତ ହୋଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ, ପୁରାତନ ଛାତ୍ରଛାତ୍ରୀ ତଥା ପରିଚାଳନା କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।