-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ବଲାଙ୍ଗିର,(ପ୍ରେରଣା ଖବର)ଗତ ୦୬.୧୨.୨୦୧୩ ସନ୍ଧ୍ୟା ସମୟରେ କାଲିଭନା ଗ୍ରାମର ଜଣେ ୧୬ ବର୍ଷର ନାବାଳିକା (ଛଦ୍ମନାମ) ସନ୍ଧ୍ୟା ସମୟରେ ଗ୍ରାମର ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ତାକୁ ଏକୁଟିଆ ପାଇ ଗ୍ରାମର ଶରତ ଭଞ୍ଜ (୫୫) ଦୁଷ୍କର୍ମ କରିଥିବା ହେତୁ ଝିଅଟି ଲଜ୍ଜା ଅନୁଭବ କରି ଆତ୍ମହତ୍ୟା କରିଥିଲା । ଝିଅ ର ପିତା କୁଞ୍ଜ ପଧାନର ରିପୋର୍ଟକୁ ଆଧାର କରି ବଲାଙ୍ଗିର ସଦର ପୋଲିସରେ କେସ ନଂ.୨୩୫ ତା.୦୭.୧୨.୨୦୧୩ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬,୩୦୬ ଏବଂ ସେକ୍ସନ ୪ ଫୋକ୍ସସୋ ଆକ୍ଟ ରେ କେସ ଦାୟର ହୋଇଥିଲା । ଅଦ୍ୟ ତା.୨୯.୦୮.୨୦୨୨ ଦିନ ବଲାଙ୍ଗିର ଫାଷ୍ଟ ଟ୍ରାକ୍ ସ୍ପେସିଆଲ ଜଜ୍ ବିରଞ୍ôଚ ନାରାୟଣ ମିଶ୍ର ୧୬ ଜଣ ସାକ୍ଷ୍ୟଙ୍କ ବୟାନ କୁ ଆଧାର କରି ଅଭିଯୁକ୍ତ ଶରତ ଭଞ୍ଜଙ୍କୁ ଦଫା ୪ ଫୋକ୍ସୋ ଏବଂ ଦଫା ୩୦୬ ଭାରତୀୟ ପିଙ୍ଗଲ କୋଡରେ ଦୋଷୀ ସାବ୍ୟସ୍ତ କରି ଧାରା ୪ ଫୋକ୍ସୋ ଏକ୍ସ ରେ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ହଜାର ଟଙ୍କା ଜରିବାନା ଅନାଦେୟରେ ଆଉ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ଧାରା ୩୦୬ ରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଅନାଦେୟରେ ଆଉ ବର୍ଷେ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି । ସରକାର ତଥା ପିଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଜୟରାମ ମିଶ୍ର କେସ ଲଢୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜିବୀ ଅରବିନ୍ଦାକ୍ଷ ପୁଝାରୀ କେସ ଲଢୁଥିଲେ ।