-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ମଲୁମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା । ବଲାଙ୍ଗୀର ସ୍ୱରାଜ ହସ୍ପିଟାଲ ଓ ମଲୁମୁଣ୍ଡା ବାବା ସାହେବ ଅମ୍ବେଦକର କ୍ଲବ ତରଫରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ସ୍ୱାଧୀନ ମିଶ୍ର ଯୋଗ ଦେଇ ବିଭିନ୍ନ ରୋଗୀ ମାନଙ୍କୁ ମାଗଣା ଚିକିତ୍ସା କରିଥିଲେ । ଆଖପାଖ ଗାଁ ପ୍ରାୟ ୨ ହଜାର ରୋଗୀ ଏହି ମାଗଣା ଚିକିତ୍ସାର ଲାଭ ଉଠାଇଥିଲେ । ଗାଇନିକ ମହିଳା ମାନେ ଏହି ଶିବିରରୁ ବେଶ ଉପକୃତ ହୋଇଥିବା ଜଣାପଡିଛି ।
ବାବା ସାହେବ ଆମ୍ବେଦକର କ୍ଲବର ସମସ୍ତ ସଭ୍ୟ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ ।