-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ସୁବର୍ଣ୍ଣପୁର / ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସନ୍ତରଣ ସଂଘ ତରଫରୁ ୨୮ ଅଗଷ୍ଟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅବୋଲି ସୁନୀଲ ନାରାୱଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ତହସିଲଦାର ନବୀନ କିଶୋର ପାଢୀ, ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସନ୍ତରଣ ସଂଘର ସଭାପତି ପ୍ରଦୀପ ମହାନ୍ତି ଓ ସଂପାଦକ ଜୟନାରାୟଣ ମେଣ୍ଡେଲି ମଞ୍ଚାସୀନ ଥିବାବେଳେ ବିଦ୍ୟାଧର ମିଶ୍ର, ମନୋରଂଜନ ମିଶ୍ର, ବିଶ୍ଵ ରଂଜନ
ଦଳାଇ,ଭକ୍ତି ରଂଜନ ଦଳାଇ, ପ୍ରକାଶ ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। କୋଚ ସଂଜୟ ପାଣ୍ଡେ, ହିମେନ ବାଘ, ଶ୍ୟାମ ସୁନ୍ଦର ନାଏକ ଓ ରଘୁନାଥ ଥନାପତି ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସନ୍ତରଣ ସଂଘର ସଂପାଦକ ଜୟ ନାରାୟଣ ମେଣ୍ଡେଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।