-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,ସାମାଜିକ ସହାୟତା ଯୋଜନା,ପାଞ୍ଚଦଶ ଅର୍ଥ ଆୟୋଗ,ସମନିତ୍ୱ ଶିଶୁ ବିକାଶ ଓ ମମତା ଯୋଜନାରେ ପ୍ରମୁଖ 2021-22 ବର୍ଷ ରେ ସମ୍ପାଦିତ ହୋଇଥିବା ଯୋଜନା ସମ୍ପର୍କରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଗତବର୍ଷ ରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚ ସଂମ୍ପର୍କରେ ସୂଚନା ଦେଇଥିଲେ | ବିଡ଼ିଓ ବ୍ୟାସଦେବ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିର ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର,ଏମଜିଏନଆରଜିଏ ଆମ୍ବୁଡ଼ସମେନ ବାବୁଲାଲ ଦାଶ ପ୍ରମୁଖ ଯୋଗ ଦେଇଥିଲେ | ପ୍ରଗତି ସହାୟକ ଦ୍ବିତିକୃଷ୍ଣ ପଣ୍ଡା ପରିଚାଳନା କରିଥିବା ବେଳେ ଶେଷରେ ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |ପ୍ରକାଶଥାଉକି ଉକ୍ତ କାର୍ଯ୍ୟକ୍ରମ ଜନଶୁଣାଣୀ ଶିବିର ହୋଇଥିବା ବେଳେ କୌଣସି ଜନତା ଙ୍କର ସେଠାରେ ଉପସ୍ଥିତ ଦେଖିବାକୁ ମିଳିନଥିଲା କେବଳ ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ |