-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ବରଗଡ/ବିଜେପୁର:- ବିଜେପୁର ବ୍ଲକ ସମ୍ମିଳନୀ କକ୍ଷରେ, ତହସିଲଦାର ଆର୍ତ୍ତତ୍ରାଣ ଥାଟି ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଭୋଇ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଅହିଂସା ରଥ କୁ ସ୍ୱାଗତ କରିବା ପରିପ୍ରେକ୍ଷୀରେ ଆୟୋଜିତ ବୈଠକ ରେ ବିଜେପୁର ବ୍ଳକ ଚେୟାରମେନ ମୋତିରାମ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର,ବି.ଇ.ଓ ସୁରେଶ କୁମାର ରାଉତରାୟ, ବିଜେପୁର କଲେଜ ର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ତା ୨୯.୦୮.୨୦୨୨ରିଖ ସୋମବାର ଦିନ ବରଗଡ ଜିଲ୍ଲା ବରପାଲି ରୁ ବାହାରି ଆସିବାକୁ ଥିବା ଅହିଂସା ରଥ କୁ ସମଲେଇପଦର ଛକ ଠାରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।ପରେପରେ ସମଲେଇପଦର ଗ୍ରାମ କୁ ରଥ କୁ ପାଛୋଟି ନେଇ ୫-ଟି ସରକାରୀ ସ୍କୁଲ ଠାରେ ଅହିଂସା ରଥ କୁ ଗ୍ରାମବାସୀ ସ୍ୱାଗତ ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ମନୋହରପାଲି,ଏମ-ଗଣ୍ଡପାଲି ଉକ୍ତ ରାସ୍ତା ଦେଇ ବିଜେପୁର ରେ ପହଞ୍ଚି ସ୍ଥାନୀୟ ଉପରପଡା, ମଧ୍ୟପଡା, ଗାନ୍ଧୀ ଛକ,ହଟୁଆପଡା, ଜଗନ୍ନାଥ ମନ୍ଦିର, ମାରୁତି ଛକ, ବସଷ୍ଟାଣ୍ଡ ଦେଇ ଶେଷ ରେ ବିଜେପୁର ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ କୁ ଧୂମଧାମରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ପରେ ଅହିଂସା ରଥ ବାହାରି ସ୍ଥାନୀୟ ବ୍ଳକ ପରିସର ରେ ରାତ୍ରି ଯାପନ କରିବ ବୋଲି ଜଣାପଡିଛି। ପରଦିନ ସକାଳ ୯ ଘଟିକା ସମୟ ରେ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାପରେ ଅହିଂସା ରଥ କୁ ଭବ୍ୟ ସମାରୋହରେ ମହାବିଦ୍ୟାଳୟ ବାଟଦେଇ ପଡା ଛକକୁ ପହଞ୍ଚିବ । ଉକ୍ତ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ପରେ ରଥକୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।