-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବଲାଙ୍ଗୀର-ଆଜି ଦିନ ବେଳା ନିଜ ଘର ପାଖ ଏକ ଗଛ ତଳେ ଜଣେ ବ୍ୟକ୍ତି ବସିଥିବା ସମୟରେ ଗଛର ଡାଳ ପଡି ବ୍ୟକ୍ତି ଜଣକ ଗୁରୁତର ଭାବେ ଆହତ ହୋଇ ବଲାଙ୍ଗୀର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସିଙ୍ଘାଣିମୁଣ୍ଡା ଗାଁ ରେ । ଆଜି ଦିନ ପ୍ରାୟ ୨ଟା ସମୟରେ ଏହି ଗାଁ ର ଯୋଗେଶ୍ୱର ଖରସେଲ(୬୨) ନାମକ ଜଣେ ବୃଦ୍ଧ ନିଜ ଘର ପାଖ ଗଛ ତଳେ ବସିଥିବା ସମୟରେ ଗଛର ଏକ ବଡ ଡାଳ ହଠାତ୍ ତାଙ୍କ ମୁଣ୍ଡ ଉପରେ କଚାଡି ହୋଇ ପଡିଯାଇଥିଲା । ଏଥିରେ ଯୋଗେଶ୍ୱର ଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିଲା । ବର୍ତ୍ତମାନ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଯୋଗେଶ୍ୱର ଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡିଥିବା ଜଣାପଡିଛି ।