-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବରଗଡ(ନିରଞ୍ଜନ ତ୍ରିପାଠୀ) ସଂପ୍ରତି ପଶ୍ଚିମ ଓଡ଼ିଶା ରେ ପ୍ରଚଳିତ ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ନେଇ ମହନୀ ଉତ୍ସବ ବରଗଡ ଟାଉନ ହଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏ ପରିପ୍ରେକ୍ଷୀରେ ମୁଖ୍ୟଅତିଥି ଭାବରେ ବରଗଡ ବିଧାୟକ ଶ୍ରୀମାନ ଦେବେଶ ଆଚାର୍ଯ୍ୟ, ମହାନ ଓଲିଉଡ ସମ୍ବଲପୁରୀ ଗାୟକ ଶ୍ରୀମାନ ରତ୍ନାକର ରାଉତ ଯୋଗଦାନ କରିଥିଲେ। ସମ୍ବଲପୁରୀ ଗୀତ ରେ ଉତ୍ସବ ଉଠୁଥିଲା ପଡୁଥିଲା ଏହି ମଞ୍ଚ ।ଏ ଅବସରରେ ଅନେକ ଶିଶୁ କଳାକାର ତଥା କିଶୋର କିଶୋରୀ କଳାକାର ମାନଙ୍କୁ ନେଇ ସମ୍ବଲପୁରୀ ସଂଗୀତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଭବ୍ୟ ଉତ୍ସବରେ ବରଗଡ ଜିଲ୍ଲା ର ପ୍ରତିଷ୍ଠିତ କଳାକାର ବୃନ୍ଦ ସର୍ବଶ୍ରୀ:-ଭୁବନେଶ୍ୱର ପଧାନ (କଂସ ମହାରାଜ), ଶଙ୍କର ପଟ୍ଟନାୟକ (ଅଧ୍ୟକ୍ଷ), ଡୋଲାମଣି ଶତପଥୀ(ସମ୍ପାଦକ) ତଥା ଅନେକ ବିଶିଷ୍ଟ କଳାକାର ମାନେ ଉପସ୍ଥିତ ରହି ନୃତ୍ୟ ଗୀତ ରେ ଅଂଶଗ୍ରହଣ କରିଥିବା ଶିଶୁ ଓ କିଶୋର କିଶୋରୀ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ସୁନେଲି ସଂଧ୍ୟା ର ରଙ୍ଗୀନ ସମ୍ବଲପୁରୀ ମହନୀ କାର୍ଯ୍ୟକ୍ରମ କୁ ଦର୍ଶନ ମାନେ ବେଶ ଉତ୍ସାହର ସହ ଉପଭୋଗ କରିଥିଲେ।