-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବରଗଡ଼:-ବରଗଡ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ, ଭେଡେନ ଠାରେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆୟୋଜନ କରିଥିଲେ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସଂଗିତା ମହାପାତ୍ର ଓ ପୋଲିସ କର୍ମଚାରୀ। ଏହାକୁ ଶୁଭ ଉଦ୍ଘାଟନ କରିଥିଲେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମାର ସ୍ମିତ । ଏଥିରେ ବରଗଡ ଜିଲ୍ଲା ରକ୍ତ ଭଣ୍ଡାର ୬୧ ୟୁନିଟ୍ ଓ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା, ରକ୍ତ ଭଣ୍ଡାର ତରଫରୁ ୯୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ମୋଟ ୧୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଭେଡେନ ପୋଲିସ ସମେତ ଅଂଚଳର ବହୁ ସ୍ୱେଚ୍ଛାକୃତ ରକ୍ତଦାତା ସଂଗଠନ ଯୋଗ ଦେଇଥିଲେ । ସେମାନେ ହେଲେ ଅମୃତ କୁଟୁମ୍, କୋଶଲ ସେନା,ପଶ୍ଚିମ ଓଡିଶା ଯୁବାମଞ୍ଚ, ଭରସା ପରିବାର, ମାହେଶ୍ଵରୀ ସେନା, ଶପଥ ପରିବାର ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ର ସ୍ଵେଚ୍ଛାକୃତ ରକ୍ତଦାତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରକ୍ତଦାନ କରିଥିଲେ। ଏହି ଶିବିର କୁ ସ୍ଵେଚ୍ଛାକୃତ ରକ୍ତଦାତା ସଂଗଠନ ଆସି ରକ୍ତଦାନ କରି ଥିବାରୁ ଓ ଅଂଚଳର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିବାରୁ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସଂଗିତା ମହାପାତ୍ର ସମସ୍ତ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା ବ୍ୟାପକତା କରାହେବ ବୋଲି ପ୍ରକାଶ କରିଥିଲେ।