-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବଲାଙ୍ଗିର,(ପ୍ରେରଣା ଖବର)- ଡୁମାଲ ପରିଷଦ ଓଡିଶା ସହରାଞ୍ଚଳରେ ବଲାଙ୍ଗିର ର ସମ୍ବର୍ଦ୍ଧନା ତଥା ସାଧାରଣ ସଭା ସଭାପତି ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଯାଦବ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବଲାଙ୍ଗିର ପୌରାଞ୍ଚଳର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ଜିଲ୍ଲା ଡୁମାଲ ସଭାପତି ଲମ୍ବୋଦର ମହାକୁର, ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ସଂପାଦକ ମଲିଆ ଗଡୁଆ ପରିଷଦର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ସଭା ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କୁମାରୀ ମୋନାଲିସା କର୍ମୀ, ପି. ଭିକାରୀ ଚରଣ କର୍ମୀ, କୁମାରୀ ନମିତା ମହାକୁର, ପି. ଶରତ ଚନ୍ଦ୍ର ମହକାୁର,କୁମାରୀ ଅଷ୍ପିତା ପ୍ରିୟଦର୍ଶନୀ ଖେତି ଦଶମ ଶ୍ରେୀ ପରିକ୍ଷାରେ ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ଥିବାରୁ ଏବଂ ରିକନ ମହାକୁର ପି. ଗୋପାଲ ଚନ୍ଦ୍ର ମହାକୁର, ବର୍ଷା ମହାକୁର ପି. ବୃନ୍ଦାବନ ମହାକୁର ଯୁକ୍ତ ଦୁଇ ପରିକ୍ଷାରେ ସଫଳ ଅର୍ଜନ କରିଥିବାରୁ ଦିଲିପ କୁମାର ଦନ୍ତା ପୋଲିସ ସେବାରେ ରାଷ୍ଟ୍ରପତି ପୁରସ୍କାର ପାଇଥିବାରୁ ଏବଂ ମାହେଶ୍ୱରୀ ସେନା ର ସେବା ସହଯୋଗ ଏବଂ ସମର୍ପଣ ନିମିତ୍ତ ସିଲ ଏବଂ ମାନପତ୍ର ପ୍ରଦାନ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ଏତଦ୍ ବ୍ୟତି ଅଭିଷେକ କଣ୍ଟା ପି. ଅକ୍ଷୟ କୁମାର କଣ୍ଟା ଓଡିଶା ସରକାରଙ୍କ ଓ.ପି.ଏସ୍.ସି ପରିକ୍ଷାରେ ଉତ୍ତିଣ୍ଣ ହୋଇ ଥିବାରୁ ତାଙ୍କ ମଧ୍ୟ ସିଲ୍ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଉପସଭାପତି ବୃନ୍ଦାବନ ମହାକୁର ଏବଂ ଜୀବନ କରନ, ଯୁଗ୍ମ ସଂପାଦକ ଭରତ ମହାକୁର, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, ଜିଲ୍ଲା ସଭାପତି