-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||     

HOME   ଜିଲ୍ଲା

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ,  ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ ପାଳନ

21-Aug-2022



ବଲାଙ୍ଗିର- ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ସପ୍ତଦଶତମ ପ୍ରତିଷ୍ଠା ଦିବସ ଏବଂ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୨୭ତମ ଶ୍ରାଦ୍ଧ ସମାରୋହ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନ ଏକାଡେମୀ ର ସଭାଗୃହରେ  ପାଳିତ ହୋଇଯାଇଛି । ଏହି ପାର୍ବଣରେ ବଲାଙ୍ଗିର ନାଗରିକ କମିଟିର ସଭାପତି ଇଂ ବେଲାର ସିଂ ଭୋଇ ମୁଖ୍ୟ ଅତିଥି, ଲୋଇସିଂହା କଲେଜର ଅର୍ଥନୀତି ଅଧ୍ୟାପକ ଡ. ସନ୍ତୋଷ କୁମାର ମେହେର ମୁଖ୍ୟବକ୍ତା ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପାର୍ବତୀ ଗିରି ସେବା ଓ ଦୟା ର ମୁର୍ତ୍ତିମନ୍ତ୍ର ପ୍ରତୀକ ଥିଲେ, ସେ ଅନାଥମାନଙ୍କର ମାଆ ଥିବେ ଏବଂ ଏହି ସେବା ପାଇଁ ତାଙ୍କୁ ପଶ୍ଚିମ ଓଡିଶାର ମଦର ଟେରେସା କୁହାଯାଉଥିଲା । ଦେଶ ମାତୃକାର ମୁକ୍ତି ପାଇଁ ସ୍ୱାଧିନତା ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପାର୍ବଣରେ ସ୍ୱାଧିନତା ସଂଗ୍ରାମୀ ମାଆ ପାର୍ବତୀ ଗିରି ସେବା ସମ୍ମାନ ଡା. କୃଷ୍ଣ ପ୍ରସାଦ ବହିଦାର, ସେବା ଧର୍ମର ପ୍ରତୀକ ଡା. ସୂର୍ଯ୍ୟ କୁମାର ବହିଦାର ସ୍ମୃତି ସମ୍ମାନ ଡା. ହାଡିବଂଧୁ ଶତପଥି, ନାଟ୍ୟକାର ଯୁଧିଷ୍ଠିର ପଟ୍ଟନାୟକ ସ୍ମୃତି ସମ୍ମାନ ଅଶୋକ କୁମାର ଚାନ୍ଦ, କବିରାଜ ନାରାୟଣ ମିଶ୍ର ସ୍ମୃତି ସମ୍ମାନ ଡା. ରଘୁନାଥ ମିଶ୍ର, ଆଧ୍ୟାତ୍ମ ଜିବନଧର୍ମୀ ଚୈତନ୍ୟ ଦାସ ଠାକୁର ସ୍ମୃତି ସମ୍ମାନ ଶିବ ପ୍ରସାଦ ପଣ୍ଡା, ଶିକ୍ଷକ କବି ଯୋଗୀରାମ କ୍ଷେତୀ ସ୍ମୃତି ସମ୍ମାନ ଗୋବର୍ଦ୍ଧନ ପଟେଲ, ଲୀଳା ଶିଳ୍ପୀ

ବଳଭଦ୍ର ସାହୁ ସ୍ମୃତି ସମ୍ମାନ ନିରାକାର ସାଏ, ଲୀଳା କଳାକାର ଉପେନ୍ଦ୍ର ଖୁଆସ ସ୍ମୃତି ସମ୍ମାନ ଶ୍ରୀକର ସେଠ, ଆଦର୍ଶ ଶିକ୍ଷକ ଗୋପୀନାଥ ସା ସ୍ମୃତି ସମ୍ମାନ ସବିତା ମହରା, ଆଦର୍ଶ ଶିକ୍ଷକ ସୁଧାନିଧି ଶତପଥି ସ୍ମୃତି ସମ୍ମାନ ସଂଯୁକ୍ତା ପରିଚ୍ଛ , ଡା. ରମେଶ ପ୍ରସାଦ ମହାକୁର ସ୍ମୃତି ସମ୍ମାନ ଡା. ଆଶିଷ କୁମାର ଦାନୀ, ଶିକ୍ଷକ ରାଧା ମୋହନ ଷଡଙ୍ଗୀ ସ୍ମୃତି ସମ୍ମାନ ଜ୍ୟେତିରାଣୀ ମିଶ୍ର, ଗାର୍ଗବ ପ୍ରସାଦ ମେହେର ସ୍ମୃତି ସମ୍ମାନ ମମତା ସ୍ୱାଇଁ ଓ ଗୁରୁ ବିଭୂଧେନ୍ଦ୍ର ସିଂଦେଓଙ୍କ ସ୍ମୃତି ସମ୍ମାନ ଦିଲିପ କୁମାର ଦିପଙ୍କୁ ପ୍ରଦାନ କରାଯାଇଥିଲା । 
    ସଭା ଆରମ୍ଭରେ ପାର୍ବତୀ ଗିରିଙ୍କ ଫଟୋକୃତୀ ମାଲ୍ୟାର୍ପଣ ପରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପଠନ କରିଥିଲେ । ଅତିଥିମାନଙ୍କର ପରିଚୟ ଡା. ଅଶୋକ କୁମାର ସେଠୀ ଦେଇଥିବା ବେଳେ ସଂପାଦକ ମଧୁ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ପୂଜ୍ୟପୂଜା ସେବା ସମ୍ମାନ ୨୦୨୨ ଓ ବଳିଷ୍ଠ ପଧାନଙ୍କ ନାମରେ କବିତା ଗୁଚ୍ଛଙ୍କୁ ମଂଚାସିନ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କପିଳ ପତି, ହୃଷୀକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ତପସ୍ୱିନୀ ପଶାୟତ, କବିତା ମିଶ୍ର, ପ୍ରଦୀପ ପଶାୟତ, ଦିଲିପ ସା, ଧିରେନ୍ଦ୍ର ନାରାୟଣ ସିଂଦେଓ, ପ୍ରଶାନ୍ତ ଷଡଙ୍ଗୀ, ଅରୁଣ ଖୁଆସ, ଜୟରାମ ମିଶ୍ର, ଜ୍ୟୋତି ରଂଜନ ମିଶ୍ର, ରତ୍ନମୟ ତ୍ରିପାଠି ଓ ମଦନ ମୋହନ ରଥ । ଶେଷରେ ସହ ସଂପାଦକ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   07-Oct-2026
  ଜିଲ୍ଲା  
ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   07-Oct-2026
  ଜିଲ୍ଲା  
ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   07-Oct-2026

You Might Also Like