-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ)ପଞ୍ଚାୟତ କାର୍ଯ୍ୟାଳୟକୁ ଖାଉଟି ସାମଗ୍ରୀ ନେଇ ଆସିଥିବା ଜଣେ ୧୮ବର୍ଷ ଯୁବକ ହଠାତ ଟଳି ପଡ଼ିଥିଲେ ।ତ୍ୱରିତ ତାଙ୍କୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ ।ଏଭଲି ଅଭାବନୀୟ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବାଉଁଶୁଣୀ ପଞ୍ଚାୟତରେ ।ଖବରରୁ ପ୍ରକାଶ ଜେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଆସୁଥିବାରୁ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ସ୍ୱରୂପ ଆଜି ବଉଁଶୁନି ପଞ୍ଚାୟତ କାର୍ଯ୍ୟାଳୟରେ ଖାଉଟି ସାମଗ୍ରୀ ବଣ୍ଟନ ହେଉଥିଲା। ଖାଉଟି ସାମଗ୍ରୀ ଆଣିବା ପାଇଁ ଫବସି ଗ୍ରାମର ବିକେସ ଭୁଏ(୧୮) ନାମକ ଜଣେ ଯୁବକ ବଣ୍ଟନ ଦାୟିତ୍ୱରେ ଥିବା ଏକ ଯୋଗାଣ ସହାୟକଙ୍କୁ ତାଙ୍କ ଖାଉଟି ଖାତା ଦେଇ ଅପେକ୍ଷା କରିଥିଲେ ।ନାମ ପଡ଼ିବା ପରେ ଶ୍ରୀ ଭୁଏ ଚାଉଳ ନେଇବାକୁ ଯିବା ବେଳେ ହଠାତ ଟଳି ପଡ଼ିଥିଲେ ।ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବାପରେ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନା ଅଣାଯାଇଥିଲା ।ଡାକ୍ତର ଦେଖିବାପରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ବାପା ମା ଛେଉଣ୍ଡ ମୃତ ବିକେସ ର ଦୁଇ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି ।ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।