-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||     

HOME   ଜିଲ୍ଲା

ଆଜି ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫି ଦିବସ ଅବସରରେ କିଛି ସ୍ମୃତି କିଛି ଅନୁଭୂତି

19-Aug-2022



ବର୍ତ୍ତମାନ ସମୟରେ ଫଟୋ ଉଠେଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ମୋବାଇଲ୍ ରେ କ୍ୟାମେରା ସୁବିଧା ଉପଲବ୍ଧ ହେବା ପରଠୁ ପ୍ରାୟ ସମସ୍ତଙ୍କର ଫଟୋ ଉଠେଇବା ଏକ ଦୁର୍ବଳତା ହୋଇଯାଇଛି କହିଲେ ଭୁଲ୍ ହେବନାହିଁ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଫଟୋ ଉଠେଇବା କୁ ଖୁବ୍ ଭଲଲାଗେ । ଏମିତି କି ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ ଉଠେଇ ସୃତି ଆକାରରେ ସାଇତି ରଖିବାକୁ ଅଭ୍ୟସ୍ତ ହୋଇଯାଇଛନ୍ତି । ଶେଯ ରୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ଅନେକ ମୂହୁର୍ତ୍ତକୁ ଫଟୋ ହିସାବରେ କଏଦ୍ କରନ୍ତି । କିନ୍ତୁ ସମସ୍ତଙ୍କ ପାଖରେ କ୍ୟାମେରା ବା ମୋବାଇଲ୍ ଥିଲେ ସୁଦ୍ଧା, ବାହାଘର, ବ୍ରତ, ଜନ୍ମଦିନ, କିମ୍ବା ବିଭିନ୍ନ ଉତ୍ସବ ଆଦିକୁ ସ୍ବତନ୍ତ୍ର ଢଙ୍ଗରେ ଚିରଦିନ ପାଇଁ ସାଇତି ରଖିବାକୁ ପେଶାଦାର ଫଟୋଗ୍ରାଫର୍ ଲୋଡାପଡନ୍ତି ।

ଗୋଟିଏ ଫ୍ରେମ ଭିତରେ କାହାଣୀକୁ କଏଦ୍ କରିବାର କଳା ବେଶ୍ ଭଲ ଭାବରେ ଜଣେ ପେଶାଦାର ଫଟୋଗ୍ରାଫର୍ ଙ୍କୁ ଜଣା । ଯଦି ଅନ୍ୟ ଭାଷାରେ କହିବା, ଜଣେ ପେଶାଦାର ଫଟୋଗ୍ରାଫର୍ ହିଁ ଜଣେ କଳାକାର ।

ସ୍ବାଧୀନତା ପରେ ମଧ୍ୟ ଫଟୋଗ୍ରାଫି ସେତିକି ସମ୍ପ୍ରସାରିତ ହୋଇନଥିଲା । ସେତେ ମାତ୍ରାରେ ନାଥିଲେ ପେଶାଦାର ଫଟୋଗ୍ରାଫର୍, ନାଥିଲା ଫୋଟୋଗ୍ରାଫି ବିଷୟରେ ଶିକ୍ଷାଲାଭ କରିବାର ବ୍ୟବସ୍ଥା । ପଶ୍ଚିମ ଓଡ଼ିଶାରେ ଫଟୋଗ୍ରାଫ୍ରର୍ କହିଲେ ସୁଦୂର କଲିକତା, ବମ୍ବେ ଓ ମାଡ୍ରାସରୁ ଆସି ଏଠାରେ ଫଟୋ ଷ୍ଟୁଡିଓ ଖୋଲିଥିଲେ । ସେହି ସମୟରେ ଫଟୋଗ୍ରାଫି କହିଲେ ଅନ୍ଧାରୁଆ କୋଠରୀ ବା ଡାର୍କରୁମ୍ ଭିତରେ ସୀମିତ ଥିଲା । ଏବେ ସହଜରେ ଉପଲବ୍ଧ ଥିବା ଭଳି ଛୋଟିଆ କ୍ୟାମେରା ନଥିଲା। ବିରାଟକାୟ କ୍ୟାମେରା କୁ କଳା କପଡ଼ାରେ ଘରଟିଏ ପରି ଘୋଡେ଼ଇ ରଖି, ସେଥିରେ ଏକ ଛିଦ୍ର କରି ଅତି କଷ୍ଟରେ ଫଟୋ ଉତ୍ତୋଳନ କରାଯାଉଥିଲା ।
 ବରଗଡ ଜିଲ୍ଲା ବରପାଲି ରେ ଜନ୍ମିତ ବୀରବର ସାହୁ ହେଉଛନ୍ତି ସେ ସମୟର ବେଶ ଚର୍ଚ୍ଚିତ ଚେହେରା। ତାଙ୍କ ଜନ୍ମ ତା ୧୫.୦୭.୧୯୧୬ ରେ ହୋଇଥିବାବେଳେ, ତାଙ୍କ ତିରୋଧାନ ତା ୦୬.୧୧.୨୦୦୮ ରେ ହୋଇଥିଲା। 
ପଶ୍ଚିମ ଓଡ଼ିଶା ଏଇ  ପେଶାଦାର ଫଟୋଗ୍ରାଫର୍ ଙ୍କର ଗୋଟିଏ ରୋଚକ ତଥ୍ୟ ଅଛି । ଥରେ କିଛି ଆମେରିକୀୟ ଫଟୋଗ୍ରାଫର୍ ଏବେର ବରଗଡ ଜିଲ୍ଲାର ବରପାଲି ଅଞ୍ଚଳକୁ ଆସିଥିଲେ । ସେତେବେଳେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଚିତ୍ର ଶିଳ୍ପୀ ବୀରବର ସାହୁ ସେମାନଙ୍କ ସହ ଭେଟ ହୁଅନ୍ତି । ସେ ଜଣେ ନିପୁଣ ଚିତ୍ରକର ଥିଲେ । ବିଭିନ୍ନ ନାଟକ ମାନଙ୍କରେ ମଞ୍ଚ ପଛପଟେ ଆବଶ୍ୟକତା ଅନୁସାରେ ବଡ଼ ପରଦାରେ ବିଭିନ୍ନ ଚିତ୍ର ଅଙ୍କନ କରିବାରେ ଥିଲେ ସିଦ୍ଧହସ୍ତ ‌। 

। ସେ ଆମେରିକୀୟ ମାନଙ୍କ ଠାରୁ ଫଟୋ ଉତ୍ତୋଳନ ଶୈଳୀ ଶିଖିବା ପରେ ବରଗଡ ସହରରେ ୧୯୫୮ ମସିହାରେ ପ୍ରଥମେ ପେଶାଦାର ଫଟୋଗ୍ରାଫର୍ ହିସାବରେ "ସାହୁ ଫଟୋ ଷ୍ଟୁଡିଓ" ଖୋଲିଥିଲେ । ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ମାଟିରେ ଜନ୍ମ ହୋଇଥିବା  ବରଗଡ ର ଜଣାଶୁଣା ଫଟୋଗ୍ରାଫର୍ । ସମୟକ୍ରମେ ଫଟୋଗ୍ରାଫି ପେଶା ବେଶ୍ ଲୋକପ୍ରିୟ ହେଲା ଏବଂ ଆର୍ଥିକ ସ୍ବଚ୍ଛଳ ଓ ସମୃଦ୍ଧ ହେବାରେ ସହାୟକ ହୋଇପାରିଥିଲା।

(ପ୍ରସ୍ତୁତି : ନିରଞ୍ଜନ ତ୍ରିପାଠୀ, ବରଗଡ଼ ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026

You Might Also Like