-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଅର୍ସାତୁଲା ବଡବନ୍ଧ ଠାରେ ଗୋରୁବେପାରୀଙ୍କ ଠାରୁ ହୋଇଥିବା ୩ ଲକ୍ଷ ଟଙ୍କାର ଲୁଟ ଘଟଣାକୁ ଏକ ମାସ ପୁରି ଯାଇଛି । ଜୁଲାଇ ୧୮ ତାରିଖ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗ୍ରାମର ଲାଲୁ କୁମ୍ଭାର (୫୦) ଓ କପିଲାଭଟା ଗ୍ରାମର ହେତୁମନ ହଂସ ଦୁହେଁ ଗୋରୁ ବ୍ୟବସାୟ କାମରେ କଳାହାଣ୍ଡି ଜିଲ୍ଲା ନର୍ଲା ନିକଟ ବାଲିପଡା ବଜାରକୁ ଯାଇଥିଲେ। ସେହି ବଜାରରେ ନିଜର ପୋଡହଲ ଗୁଡିକୁ ବିକ୍ରି କରି ୩ ଲକ୍ଷ ୧୩ ହଜାର ଟଙ୍କା ଏକ ଜରି ବେଗରେ ଧରି ଏକ ପିକଅପ ଗାଡିରେ ନିଜ ଗାଁକୁ ଫେରୁଥିଲେ। ଅପରାହ୍ନ ୨ ଟା ସମୟରେ ବାଟରେ ପଡୁଥିବା ଅର୍ସାତୁଲା ବଡବନ୍ଧରେ ଗାଧୋଇବା ପାଇଁ ଯାଉଥିବା ବେଳେ ହଠାତ ତିନି ଜଣ ବ୍ୟକ୍ତି କଳାରଙ୍ଗର ପଲସର ରେ ପହଞ୍ଚି ଏହି ଟଙ୍କା ବ୍ୟାଗ କୁ ଜୋର ଜବରଦସ୍ତ ଛଡାଇ ନେଇ ଯାଇଥିଲେ। ଏହାକୁନେଇ ସିନ୍ଧେକେଲା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଓ ପରେ ତାର ସିସିଟିଭି ଫୁଟେଜ ମଧ୍ଯ ମିଳିସାରିଛି ତେବେ ଘଟଣାର ଏକ ମାସ ବିତିଯାଇଥିଲେ ହେଁ ପୋଲିସ ର ହାତ ଖାଲି ରହି ଥିବାରୁ ବୁଧବାର ଗରିବ ସେନା ତରଫରୁ ସିନ୍ଧେକେଲା ଆଇଆଇସି ଆଲୋକ ବେହେରାଙ୍କୁ ଭେଟି ଦିନେଶ ତାଣ୍ଡି ଓ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ ଦୋଷୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଲିଖିତ ଦାବି ଜଣାଇଛନ୍ତି