-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ବଲାଙ୍ଗୀର, (ପ୍ରେରଣା ଖବର ) : ଆଜି ୧୮ ଅଗଷ୍ଟ ଯୁବ ସ୍ବାଭିମାନ ଦିବସ ଉପଲକ୍ଷେ ବଲାଙ୍ଗୀରରେ ସମ୍ବାଦ ଆମ ଓଡିଶା ତରଫରୁ ମେଗା ରକ୍ତ ଦାନ ଶିବିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନର କର୍ମଚାରୀମାନେ ରକ୍ତ ଦାନ କରିଥିଲେ। ପବିତ୍ର ଖୁଣ୍ଟିଆଙ୍କ ନେତ୍ରୁତ୍ଵରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବଲାଙ୍ଗିର ଶାଖାର ୪୦ ରୁ ଅଧିକ କର୍ମଚାରୀ ରକ୍ତ ଦାନ କରିଥିଲେ। ଉଦ୍ଧବ କରନ, ସମ୍ବିତ ପଣ୍ଡା, ରମେଶ ସାହୁ, ରାମ କୁମାର ସା, ପ୍ରଶାନ୍ତ ଖଟୁଆ, ହରିହର ପଧାନ ଓ ପ୍ରିୟନାଥ ଦଣ୍ଡସେନା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ବଲାଙ୍ଗିର ଜିଲ୍ଲା ପୌର ଅଧ୍ଯକ୍ଷା ଶ୍ରୀମତୀ ଲିକା ସାହୁ , ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ବବୁଲୁ ପଟେଲ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।