-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ଖପ୍ରାଖୋଲ (ପ୍ରେରଣା ଖବର ) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ରାଧା କୃଷ୍ଣ ବେଶରେ ଶିଶୁ ମନ୍ଦିରରେ ଉପସ୍ଥିତ ହୋଇଥିଲେ। ପ୍ରଥମେ ପ୍ରଧାନ ଆଚାର୍ଯ୍ୟ ରାକେଶ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶ୍ରୀକୃଷ୍ଣଙ୍କ ଭକ୍ତି ଭଜନର ତାଳେ ତାଳେ ରାଧା କୃଷ୍ଣ ବେଶଧାରୀ ଶିଶୁ ମାନେ ଗ୍ରାମ ପରିକ୍ରମା କରିଥିଲେ l ଆଚାର୍ଯ୍ୟା ବୀଣାପାଣି ପଧାନ,ମିତା ପଧାନ,କାମିନୀ ବରିହା,
ହୃଦେଶ୍ବରୀ ସାହୁ, ଆଚାର୍ଯ୍ୟ ହୃଷିକେଶ ବେହେରା,ପ୍ରମୋଦ ଗୁଆଲ,ବିଶ୍ୱନାଥ ସେଲମା ପ୍ରମୁଖ ଙ୍କ ସହଯୋଗ କରିଥିଲେ। ସେହିପରି ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତୁଆ ଙ୍କ ନେତୃତ୍ୱରେ ରାଧା କୃଷ୍ଣ ବେଶ ରେ ଛାତ୍ରୀ ଛାତ୍ର ଙ୍କ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା। ଜନକ ଜେମା ନାଏକ, ରାଜେଶ ଶତପଥି, ବବିତା ଭୋଇ, ମନୋଜ ପ୍ରଧାନ, କ୍ଷମାନିଧି ସାହୁ, ନାରାୟଣ ତାଣ୍ଡି, ରୀନା ବରିହା, ଦୀପ୍ତି ଲତା ସାହୁ, ଚୂମକି ବାରିକ, ନୀତ ପ୍ରଜ୍ଞା ପଟେଲ ପ୍ରମୁଖ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।