-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ପାଟଣାଗଡ଼ ( ପ୍ରେରଣା ଖବର ) ଛେଳି ଚୋରି କରିବାକୁ ଆସି, ବାଇକ ଛାଡି ପଳାଇଲେ ଦୁର୍ବୁତ୍ତ |ପରେ ଥାନାରେ ବାଇକ କୁ ଜିମାଦେଇ ଚୋର କୁ ଧରିବାକୁ ଦାବିକଳେ ଗାଁଲୋକେ |ଏମିତି ଏକ ଘଟଣା ଦେଖିବାକୁ ପାଟଣାଗଡ଼ ଥାନା ସିଲେଟପରା ଗାଁରେ |ଆଜି ବିଳମ୍ବିତ ରାତ୍ରି ରେ ଦୁଇ ଜଣ ଦୁର୍ବୁତ୍ତ ଗାଁର ସୋମନାଥ ଧରୁଆ ଙ୍କ ଘର କୁ ପଶି ଏକ ଛେଳି କୁ ଧରି ପଳାଇବାକୁ ଯାଉଥୁବା ବେଲେ ହଠାତ ଚେଇଁପଡି ଦେଖିପକାଇଥିଲେ ସୋମନାଥ ଏହାପରେ ଚୋର ମାନେ ଭୟରେ ନିଜ ପେସନପ୍ଳସ ବାଇକ କୁ ଛାଡି ପଳାଇ
ଯାଇଥିଲେ |ପରେ ଗାଁଲୋକ ମିଶି ଥାନାରେ ଛାଡି ଯାଇଥିବା ବାଇକ କୁ ପୁଲିସ ଜିମାଦେବା ସହ ଅଭିଯୁକ୍ତ ଙ୍କୁ ଗିରଫ ସହ ଗାଁରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ଦାବୀ କରୁଛନ୍ତି |ଆଗକୁ ନୂଆଖାଇ ବାସି, ତିଆସି ଆସୁଛୁ |ଏଥିପାଇଁ ବେଶ ଜମିଠାଏ ମଦ ମାଂସ ର ଆସର |ଏଥିପାଇଁ ଚୋର ମାନେ ଛେଳି ଚୋରାଇବାକୁ ଗାଁକୁ ଆସିଥିବା ଜଣାପଡିଛି |ଏନେଇ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିବା ବେଲେ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |