-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଙ୍ଗୋମୁଣ୍ଡା, (ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ହନୁମାନ ମନ୍ଦିର ରାସ୍ତାରେ ଆଜି ସକାଳେ ଫେବ୍ରିକେସନ ଦୋକାନ ମାଲିକ ଜଣେ ୱେଲଡିଂ ମିସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମିସ୍ତ୍ରୀ ଜଣକ ଦୋକାନ ମାଲିକଙ୍କ ସାଇକେଲ ନେଇ ବନ୍ଧକ ପକାଇଥିଲା । ସେ ବାବଦ ଅର୍ଥ ଫେରସ୍ତ ନକରିବାର ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି । ଖବର ପାଇ ପୁଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୋକାନ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି!! ପୁଲିସ ସୂଚନାନୁଯାୟୀ, ଭାଲୁମୁଣ୍ଡା ଗାଁ କଲୋନୀ ପଡ଼ାର ବୈକୁଣ୍ଠ ମେହେରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୩୦)ଙ୍କ ଏକ ଫେବ୍ରିକେସନ ଦୋକାନ ରହିଥିଲା । ଏହି ଦୋକାନରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁର ଲାଲମନ କୈବର୍ତ୍ତ ୱେଲଡିଂ ମିସ୍ତ୍ରୀ ଭାବେ କାମ କରୁଥିଲେ । ଜଣେ ଭଲ ୱେଲଡିଂ ମିସ୍ତ୍ରୀ ଭାବେ ଅଂଚଳରେ ତାର ନା ଥିଲା । ଲାଲମନ କାମ କରୁଥିବା ବେଳେ ପୂର୍ଣ୍ଣ ତାକୁ ଏକ ସାଇକେଲ ଦେଇଥିଲା । ସେହି ସାଇକେଲରେ ସେ ଯାତାୟାତ କରୁଥିଲା । ତେବେ ଲାଲମନ ଉକ୍ତ ସାଇକେଲକୁ ବନ୍ଧକ ପକାଇଦେଇଥିଲା । ଏ କଥା ଜାଣିବା ପରେ ପୂର୍ଣ୍ଣ ଏବଂ ଲାଲମନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିସହ କାମ କରୁଥିବା ବେଳେ ଲାଲମନ କୁଆଡେ ପୂର୍ଣ୍ଣ ପାଖରୁ ଅନେକଥର ଟଙ୍କା ନେଇ ଫେରାଇ ନଥିଲା । ଏଣେ ବହୁଦିନ ପରେ ମଧ୍ୟ ସାଇକେଲ କିମ୍ବା ନେଇଥିବା ଟଙ୍କା ଫେରସ୍ତ ନକରି ପୂର୍ଣ୍ଣ ଦୋକାନ ଛାଡ଼ି ଲାଲମନଅନ୍ୟ ଦୋକାନରେ କାମ କରୁଥିଲା । ଏ ନେଇ ପୂର୍ଣ୍ଣ ରାଗରେ ଜଳୁଥିଲା!!ସକାଳେ ଲାଲମନ ଭାଲୁମୁଣ୍ଡାର ହନୁମାନ ମନ୍ଦିର ରାସ୍ତାରେ ଯାଉଥିବା ବେଳେ ପୂର୍ଣ୍ଣ ସହ ମୁହାଁମୁହିଁ ଭେଟ ପଡିଥିଲା । ସେହି ସାଇକଲ ଏବଂ ଟଙ୍କାକୁ ନେଇ ଯୁକ୍ତିତର୍କ ଆରମ୍ଭ ହେବା ପରେ ପୂର୍ଣ୍ଣ ଉତ୍ତ୍ୟକ୍ତ ହୋଇ ଲାଲମନକୁ ଏକ ଛୁରୀରେ ଭୁସି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଲାଲମନର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୂର୍ଣ୍ଣ ଫେରାର୍ ହେବାକୁ ଯୋଜନା କରୁଥିବା ବେଳେ ଖଡିଆଳ ପାଖରୁ ପୁଲିସ ତାକୁ କାବୁ କରିଥିଲା!!କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର, ବଙ୍ଗୋମୁଣ୍ଡା ଥାନାଧିକାରୀ ପଞ୍ଚାନନ ନାୟକ ଏବଂ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପ୍ରକାଶ ଥାଉକି ମୃତକଙ୍କ ପରିବାରେ ପତ୍ନୀ ଗୀତା ଏବଂ ଏକ ୧୨ବର୍ଷର ପୁଅ ଅଛନ୍ତି । ସେମାନେ ରାୟପୁରରେ ରହୁଥିବା ଜଣାପଡ଼ିଛି । ଏନେଇ ବଙ୍ଗୋମୁଣ୍ଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୂର୍ଣ୍ଣ ମେହେରକୁ ଅଟକ ରଖି ପଚରାଉଚରା ଜାରି ରଖିଛି!!*