-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ପଦ୍ମପୁର, (ନରହରୀ ବଗର୍ତ୍ତୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପାଳନ କରିବା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ତମ ପ୍ରତିଷ୍ଠାରେ ଯୋଗଦାନ କରିବାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଅଶୀ ଦଶକରେ ଏକ ବିରାଟ ଆନ୍ଦୋଳନ ହୋଇଥିଲା ଯେଉଁଥି ପାଇଁ ଅଞ୍ଚଳର ଅନେକ ସଂଗ୍ରାମୀମାନେ ସ୍ପତଃସ୍ଫ୍ରୁତ ଭାବେ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏବଂ ଗନ୍ଧମାର୍ଦ୍ଦନ ପର୍ବତ ର ସୁରକ୍ଷା ପାଇଁ ଆଗେଇ ଆସିଥିଲେ ।