-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ପାଟଣାଗଡ ( ସଚ୍ଚିଦାନନ୍ଦମହାକୁର ) ପାଟଣାଗଡ଼ ଅବକାରୀ ବିଭାଗ ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲ୍ଲା ଗାଁରେ ଚଢ଼ଉ କରି ୨୫୫ ଲିଟର ଦେଶୀ ମଦ ଜବତ କରି ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୋଭକର ବରିହା, ଅନଙ୍ଗ ବରିହା ଓ ଗୁଣ ସାଗର ବରିହା । ଶୋଭକର ବରିହାଙ୍କଠାରୁ ୮୦ ଲିଟର, ଅନଙ୍ଗ ବରିହାଙ୍କଠୁ ୯୦ ଲିଟର ଓ ଗୁଣ ସାଗର ବରିହାଙ୍କଠୁ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତଙ୍କଠାରୁ ୯ଟି ଗଞ୍ଜ ଓ ୪ଟି ପ୍ଲାଷ୍ଟିକ ଜାର ସହ ମଦ ଭର୍ତ୍ତି ଏକ ଟ୍ୟୁବ ମଧ୍ୟ ଜବତ କରାଯାଇଥିବା ନେଇ ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି । ଏହି ଚଢ଼ଉ ସମୟରେ ପାଟଣାଗଡ଼ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠୀ, ଗୁଣମତି ମାଝୀ, ଦୁଲେଶ୍ୱର କୁମୁରା ଓ କଣ୍ଟାବାଞ୍ଜି ଅଧିକାରୀ ବଳରାମ ପ୍ରଧାନ ସାମିଲ ଥିଲେ ।