-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକର ଆଗଲପୁର ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ବୁଡୁଲା ଗ୍ରମରେ ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା l ଉକ୍ତ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ଭୋଇ ଓ ସମସ୍ତ ଗୁରୁମା , ଗୁରୁଜୀଙ୍କ ଉପସ୍ଥିତିରେ 95 ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ସମସ୍ତ 95 ଜଣ ଛାତ୍ର ଛାତ୍ରୀ କୃଷ୍ଣ, ବଳରାମ, ଯଶୋଦା, ଗୋପୀଗୋପାଳ ବେଶରେ ସଜ୍ଜିତ ହୋଇ କୀର୍ତ୍ତନ ମାଧ୍ୟମରେ, ହରିବୋଲ ହୁଳହୁଳି ଦେଇ ବୁଡୁଲା ଗ୍ରାମ ପରିଭ୍ରମଣ କରିଥିଲେ l ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ଦଧିହାଣ୍ଡି ଭାଙ୍ଗି ଉତ୍ସବ ମନାଇଥିଲେ l ଉକ୍ତ ଉତ୍ସବରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l