-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ବଲାଙ୍ଗୀର/ଟିଟିଲାଗଡ:(ପ୍ରେରଣା ଖବର) ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲାଗିରହି ଥିବା ବର୍ଷା ଓ ସାର ର ଅଭାବ,ବିମା ଟଙ୍କା ବାରମ୍ବାର ଆବେଦନ,ନିବେଦନ କରି ସୁଦ୍ଧା ନ ମିଳିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ନେଇ ସମ୍ପୂର୍ଣ ଭାବେ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗିପଡିିଛି । ଏ ନେଇ ଗତ ଦୁଇଦିନ ଧରି ଏହି ଅଞ୍ଚଳ ର ଚାଷୀ ଜାତୀୟ ରାଜପଥ ଏନ, ଏଚ-୫୭ କୁ ଅବରୋଧ କରିରଖିଛନ୍ତି, ଯଦ୍ୱାରା ଟିଟିଲାଗଡ ରୁ ବଙ୍ଗୋମୁଣ୍ଡା ରାସ୍ତା କୁ ସଂଯୋଗ କରିଥିବା ଏନ୍ ଏଚ -୫୯ ର ବିଟାବନ୍ଦ ଗ୍ରାମ ନିକଟରେ ବିପୁଳ ସଂଖ୍ୟା ରେ ଚାଷୀ ରାସ୍ତା ଅବରୋଧ କରିବା ଯୋଗୁଁ ଉଭୟ ପଟେ ବହୁ ସଂଖ୍ୟା ରେ ଜାନ, ବାହନ ଅଟକି ରହିଛି। ପୂର୍ବରୁ ଏହି ସବୁ ସମସ୍ୟା କୁ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଚାଷୀ ନିଜ ଦାବିପୂରଣ ପାଇଁ ବିଗତ ଦିନରେ ବାରମ୍ବାର ନିବେଦନ କରି,କରି ନିରାଶ ହୋଇ ଏବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଥିବା ପ୍ରକାଶ କରିଛନ୍ତି।