-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||     

HOME   ରାଜନୀତି

ଲାଲୁଙ୍କ ଅଡିଓ କ୍ଲିପିଙ୍ଗ ଯାଂଚ କରିବେ ଝାରଖଣ୍ଡ ସରକାର

26-Nov-2020



(ପ୍ରେରଣା ଖବର) - ଜେଲ୍‌ରେ ଥାଇ ଏନଡିଏ ବିଧାୟକଙ୍କୁ ଫୋନ କରି ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ବୁଧବାର ଲାଲୁ ଫୋନ ଯୋଗେ ବିଧାୟକଙ୍କୁ ପ୍ରଲୋଭିତ କରୁଥିବାର ଅଡିଓ କ୍ଲିପ ଭାଇରାଲ ହୋଇଥିଲା। ଏବେ ଘଟଣାର ତଦନ୍ତ ପାଇଁ ଝାରଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସାମୁଣ୍ଡା ଜେଲ୍‌ରେ ରହିଥିଲେ।  କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ ଆରଆଇଏମର ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖାଯାଇଛି!!ଆଇଜି(ଜେଲ୍‌) ବୀରେନ୍ଦ୍ର ଭୂଷଣ କହିଛନ୍ତି, ରାଞ୍ଚର ଡେପୁଟି କମିଶନର, ଏସ୍‌ପି ଓ ବିର୍ସାମୁଣ୍ଡା ଜେଲ୍‌ର ସୁପରିନଟେଣ୍ଡେଣ୍ଟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଜି ଆହୁରି କହିଛନ୍ତି, ଭାଇରାଲ ହେଉଥିବା ଅଡିଓ କ୍ଲିପକୁ ସେ ନିଜେ ମଧ୍ୟ ଶୁଣିଛନ୍ତି। ଜେଲ ମାନ୍ୟୁଆଲ ଅନୁଯାୟୀ, କୌଣସି କଏଦୀ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ। ତେଣୁ ଏବେ ଅଡିଓ କ୍ଲିପ ଅଭିଯୋଗ ଯଦି ସତ ହୁଏ, ତା’ହେଲେ ମୋବାଇଲ ଫୋନ ଲାଲୁଙ୍କ ପାଖକୁ କେମିତି ଆସିଲା ଓ ଏଥିପାଇଁ ଦାୟୀ କିଏ, ତା’ର ତଦନ୍ତ କରାଯିବ !!ଅନ୍ୟପକ୍ଷରେ ଝାରଖଣ୍ଡ ହାଇକୋର୍ଟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ତୁରନ୍ତ ତାଙ୍କୁ ଜେଲ ହାଜତକୁ ପଠାଇବା ପାଇଁ ଏଥିରେ ଆବେଦନ କରାଯାଇଛି। ଗତକାଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଗୋଟିଏ ଅଡିଓ କ୍ଲିପ ଜାରି କରିଥିଲେ। ଏଥିରେ ଜେଲ୍‌ରେ ରହି ଲାଲୁ ବିଜେପିର ଜଣେ ବିଧାୟକଙ୍କୁ ଫୋନ କରି ଆରଜେଡିକୁ ସମର୍ଥନ କରିବାକୁ ପ୍ରଲୋଭନ ଦେଖାଉଥିବା ସେ ଅଭିଯୋଗ କରିଥିଲେ। ବୁଧବାର ବିହାର ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ ହେବାର ଥିଲା, ଏହି ସମୟରେ ଲାଲୁ ଉକ୍ତ ବିଜେପି ବିଧାୟକଙ୍କୁ ଅନୁପସ୍ଥିତ ରହିବାକୁ ପରାମର୍ଶ ଦେଉଥିବା ସୁଶୀଲ ମୋଦି ଅଭିଯୋଗ କରିଥିଲେ!! ଅଡିଓ ଟେପ ଆଧାରରେ ସୁଶୀଲ ମୋଦି କହିଥିଲେ ଯେ ଲାଲୁ ପ୍ରସାଦ ଯାଦବ ଏବେ ଏନଡିଏ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ସେ ଜେଲ୍‌ରୁ ବିଜେପି ବିଧାୟକ ଲଲନ ପାଶ୍ୱାନଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ଲଲନଙ୍କୁ ପ୍ରଲୋଭିତ କରି ନିଜ ଆଡ଼ୁ ଆଣିବାକୁ ଚେଷ୍ଟା କରିଥିଲେ। ଅଡିଓ ଟେପ୍‌ଟିରେ ଲାଲୁ ଯାଦବ ଓ ବିଧାୟକ ଲଲନ ପାଶ୍ୱାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ କରାଯାଇଥିବା ଦାବି କରାଯାଇଛି!! ଏଥିସହ ସୁଶୀଲ ମୋଦି କହିଥିଲେ, ଲାଲୁ ଯାଦବ ରାଞ୍ଚି ଜେଲ୍‌ରେ ରହିଥିଲେ ହେଁ 8051216302 ନମ୍ବରରୁ ଏନଡିଏ ବିଧାୟକଙ୍କୁ କଲ କରିଥିଲେ। ଏଥିସହ ତାଙ୍କୁ ନିଜ ଆଡ଼କୁ ପ୍ରଲୋଭିତ କରି ମନ୍ତ୍ରୀ ପଦ ମିଳିବ ବୋଲି କହିଥିଲେ। ମୁଁ ଯେତେବେଳେ ଏହି ନମ୍ବରକୁ ଫୋନ କଲି, ଲାଲୁ ଏହାକୁ ଉଠାଇଥିଲେ। ମୁଁ ତାଙ୍କୁ କହିଥିଲି ଯେ ଜେଲ୍‌ରେ ରହି ଏଭଳି ଖରାପ ପ୍ରୟାସ କରନ୍ତୁ ନାହିଁ। ଆପଣ କେବେ ହେଲେ ଆପଣଙ୍କ ଯୋଜନାରେ ସଫଳ ହୋଇପାରିବେ ନାହିଁ!!


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026

You Might Also Like