-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର)- ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଏକସ୍ତରୀ ତମ ସମ୍ବିଧାନ ଦିବସ କରୋନା କଟକଣା କୁ ନଜରରେ ରଖି ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ,ଶିକ୍ଷକ ଭୀମସେନ ପଣ୍ଡା, କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଅତିଥି ମାନେ ଡା.ଭୀମରାଓ ଅମ୍ବେଦକରଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ।ତାପରେ ସମ୍ବିଧାନର ପ୍ରିଏମ୍ବଲ ପାଠ କରାଯାଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ସ୍ୱ।ଧିନତା ପରେ ଦେଶର ଶାସନ ପାଇଁ କିପରି ସମ୍ବିଧାନ ତିଆରି କରାଯାଇଥିଲା ଓ ଅମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ପ୍ରକାଶ ଥାଉକି ଆମ ଦେଶର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଆଜିର ଦିନଟିକୁ ସମ୍ବିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।ଏହାକୁ ପୂର୍ବରୁ ଜାତୀୟ ଆଇନ ଦିବସ ରୂପେ ମଧ୍ୟ ପାଳନ କରି ଆସୁଛନ୍ତି।ସ୍ୱ।ଧିନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ତଥା ସମ୍ବିଧାନର ଜନକ ଡ.ଅମ୍ବେଦକରଙ୍କୁ ଆଜିର ଦିନଟିକୁ ସମର୍ପିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି।ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନ କୁ ସମସ୍ତ ନାଗରିକ ମାନି ଚଳିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ହ୍ୱ।ଟସଆପଗୃପରେ ପ୍ରସାରଣ କରାଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ଘରେ ରହି ଏହି ଦିବସର ମହତ୍ତ୍ୱ ବୁଝି ପାରିବେ ଓ ପାଳନ କରିପାରିବେ।