-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଆଗଲପୁର କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ସ୍ୱତନ୍ତ୍ରତା ଆଜାଦି କା ଅମୃତ ମୋହତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ପ୍ରେମରେ ଜାଗ୍ରତ ହେବାପାଇଁ ଅଭିଭାଷଣ ଦେଇଥିଲେ l ଏଥିରେ ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ, ବରିଷ୍ଠ କିରାଣି ଫକୀର ମୋହନ ତ୍ରିପାଠୀ, ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟା ସାଗର ସିଂଦେଓ, ବାଳକ ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ
ବିଶ୍ୱ ରଞ୍ଜନ ତ୍ରିପାଠୀ, ଦୋରା ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପଧାନ,ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଭୋଇ,କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ | ଶିଶୁମନ୍ଦିର ର ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ତଥା ଆଗଲପୁର ସୂର୍ଯ୍ୟ କଲ୍ୟାଣ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ହୋଇଥିଲେ | ଆଗଲପୁର ବିଜେପି ପକ୍ଷରୁ ପ୍ରତିଗ୍ରାମକୁ ବାଇକ ରେଲି କରାଯାଇଥିଲା l