-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
କଳାହାଣ୍ଡି / ନର୍ଲା (ସଞ୍ଜୀବ ଦାସ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନାଗରିକ ବିକାଶ ସଂଗଠନ କଳାହାଣ୍ଡି ତରଫରୁ ଏକ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ 16 ଦିନିଆ ବିଶ୍ବ ବ୍ୟାପି ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ନଭେମ୍ବର 25 ରୁ ଡିସେମ୍ବର 10 ତାରିଖ ବିଶ୍ବ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗ୍ରାମଗୁଡ଼ିକ ଯାଇ ମହିଳାମାନଙ୍କ ସାମାଜିକ ଓ ନ୍ୟାୟିକ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ଲିଙ୍ଗଗତ ହିଂସା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନାଗରିକ ବିକାଶ ସଂଗଠନ ନର୍ଲା ବ୍ଲକ ର ସଭାନେତ୍ରୀ କୁମାରି ସେନାପତି ଏବଂ ଓଡ଼ିଶା ଲେବର ସଙ୍ଗଠନ ମେମ୍ବର ପୁଷ୍ପଲତା ବାଗ,ୱlର୍ଡ ମେମ୍ବର ଭାରତ ବାଗ
ସମେତ ସଂଗଠନର କର୍ମକର୍ତ୍ତା ବାବୁଲାଲ ତାଣ୍ଡି , ଜ୍ୟୋତି ସେନାପତି,ସନ୍ତୋଷ ବାରିକ୍ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।