-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
29-Jul-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଉପେକ୍ଷା କରୁଥିବା ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ।
କୋଶଳ ରାଜ୍ୟ ଦାବିରେ ଶୁକ୍ରବାର ପୂର୍ବ ଓଡ଼ିଶାକୁ ସଂଲଗ୍ନ କରୁଥିବା ସମସ୍ତ ରାଜପଥରେ ଅର୍ଥନୈତିକ ଅବରୋଧ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ମୋଚିବାହାଲରେ କୋଶଲ ରାଜ୍ୟ
ମୁକ୍ତି ମୋର୍ଚ୍ଚା ଆବାହକ ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଜାତୀୟ ରାଜପଥକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯାଇଥିଲା ଯାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ମାଲ ବୋଝେଇ ଯାନ ବାହାନ ଅଟକି ରହିଥିଲା । ଏହି କାର୍ଯ୍ୟକ୍ରମରେ ଆବାହକ ଶୁଶିଲ ଗୁରୁ , ନିତିନ ପ୍ରଧାନ, କୋଶଳ ସେନାର ଅବିନାଶ ବିଶି , ଲିପନ କର୍ମୀ, ସୁଶାନ୍ତ ମିର୍ଦ୍ଧା, ଶୁଶିଲ ଜାଲ ପ୍ରମୁଖ ସାମିଲ ଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।