-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ବଲାଙ୍ଗିର / ଲେବ ଟେକ୍ନିସିଆନକୁ ବନ୍ଦ ଥିବା ରକ୍ତର ପରୀକ୍ଷା କେଉଁଠି ହୁଏ କହିବାକୁ ସମୟ ନାହିଁ । ନିରାମୟ କେନ୍ଦ୍ରରେ ମିଳୁନଥିବା ଔଷଧ ବଦଳରେ ରୋଗୀ କଣ ଖାଇବ ଫାର୍ମାସିଷ୍ଟକୁ କହିବାକୁ ସମୟ ନାହିଁ । ରୋଗୀଙ୍କୁ ଡାଇଲିସିସ, ଏକ୍ସ-ରେ, ଆଇସିୟୁ, ଅଲଟ୍ରାସାଉଣ୍ଟ ସେବା ଦେବାକୁ କତ୍ତୃପକ୍ଷଙ୍କ ପାଖରେ ସମୟ ନାହିଁ ।
ତେଣୁ ଛୋଟରୁ ଛୋଟ ରୋଗ ହେଲେ ବି ଘର, ଜମି, ସୁନା ବିକି ଲୋକେ ଘରୋଇ ହସ୍ପିଟାଲ ଧାଉଁଛନ୍ତି । କାରଣ ତାଙ୍କ ପାଖରେ ବି ସରକାରୀ ସୁବିଧା ନାଁରେ ଏମାନଙ୍କ ଠାରୁ ତିଳତିଳ ନିର୍ଯ୍ୟାତିତ ହେବାକୁ ସମୟ ନାହିଁ ।
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କେବଳ ରାଜନୀତି ଶ୍ରେୟ ନେବାକୁ ଭଲ ପ୍ଲାଟଫର୍ମ । 5 T ଓ ମୋ ସରକାର ନାଁରେ କେବଳ ପୋଷ୍ଟର ବାଜି ହିଁ ଚାଲିଛି । ଅବଶ୍ୟ ଖାଲି ସରକାର କାହିଁ ବିରୋଧୀ ବି ସମାନ ଦାୟୀ । ଗସ୍ତ ଦିନ ବ୍ଲିଚିଂ ପାଉଡର ଓ ପର୍ଫ୍ୟୁମ ଶୁଙ୍ଘି ବିରୋଧୀ ଖୁଶ । ଏଠି ମରିବ ତ କେବଳ ଗରିବ ରୋଗୀ ହି ମରିବ l ଆଗାମୀ ଦିନରେ କୌଣସି ପ୍ରକାର ପଦକ୍ଷେପ ନିଆ ନ ଯାଇଛି ରାଜ୍ୟ ସରକାର,କେନ୍ଦ୍ର ସରକାରଙ୍କ ପକ୍ଷରୁ ତବେ ଏହା ଏକ ଜନ ଆନ୍ଦୋଳନ ର ତୀବ୍ର ରୂପ ନେବ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)