-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗ୍ରାମ ହାଟପଦା ପଡାର ଉମାକାନ୍ତ ଛୁରାଙ୍କ ପୁଅ ଦେବାଶିଷ ଛୁରା ବୟସ (୯) ସେ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିବାରୁ ମାଁ ବାପା ପାଇଁ ଚିନ୍ତାର କାରଣ। ହେଲେ ଜନ୍ମ କରିଥିବା ମାଁ ବାପା ପ୍ରଥମେ ବିଭିନ୍ନ ହସ୍ପିଟାଲ ବୁଳି ବୁଳି ନିରାଶ ହେଲାପରେ ଶେଷରେ ଭାଗ୍ଯ ଉପରେ ନିର୍ଭର କରିଥିଲେ । ଉମାକାନ୍ତ ନିହାତି ଗରିବ ଥିବାରୁ କାମ କଲେ ଯାଇଁ ଘର ଚଳେ । ଏମିତିରେ ଆଉ ଦୁଇଟି ଶିଶୁମାନଙ୍କ ଲାଲନ ପାଳନ ଦାୟିତ୍ବ। ତେବେ ଦେବାଶିଷ ମାନସିକ ଅନଗ୍ରସର ହୋଇଥିବାରୁ ଆଧାର କାର୍ଡ ତିଆରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲା। ଏପଟେ ଭତ୍ତା ପାଇଁ ଅନଲାଇନ କରି ଅଫିସ ଅଫିସ ଦୌଡି ନୟାନ୍ତ ହୋଇଥିଲେ। ଆଧାର ସେଣ୍ଟର ମାନେ ସବୁ ଫେରାଇ ଦେଉଥିବାରୁ ଶେଷରେ ଉମାକାନ୍ତ ସମାଜସେବୀ ଅନୀଲ କୁମାର ତ୍ରିପାଠୀଙ୍କୁ ନିଜ ଦୁଃଖ ଜଣାଇଥିଲେ। ଏ ବିଷୟରେ ଶ୍ରୀ ତ୍ରିପାଠୀ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ପିଲାଟିର ସାହାଯ୍ଯ ପାଇଁ ନିବେଦନ କରିଥିଲେ ଓ ବ୍ଲକକୁ ପଠାଇଥିଲେ। ମଙ୍ଗଳବାର ଦେବାଶିଷ କୁ ବଙ୍ଗୋମୁଣ୍ଡା ବ୍ଲକ କୁ ନେଇ ତା ବାପାମାଆ ବ୍ଲକ କୁ ପହଞ୍ଚି ବିଡିଓ ଙ୍କୁ ଦେଖା କରିବାରୁ ସେ ତୁରନ୍ତ ଆଧାର କାର୍ଡ କରିବାକୁ ନିଜେ ଯାଇ ଆଧାର ତିଆରି କରାଇଥିଲେ। ଏ ସମୟରେ ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା ଓ ଯୁବନେତା ଯୁବରାଜ ବାଗ ସହଯୋଗ କରିଥିଲେ। ଦିର୍ଘ ଏକ ଘଣ୍ଟା ଧରି ଚେଷ୍ଟା କଲାପରେ ଆଧାର ତିଆରି ହୋଇ ପାରିଥିଲା। ପରେ ବିଡିଓ ଶ୍ରୀ ସୁନା ଦେବାଶିଷ କୁ ମାସକୁ ୭ ଶହ ଟଙ୍କାର ଭତ୍ତା କାର୍ଡ ପ୍ରଦାନ କରିଥିଲେ। ଦେବାଶିଷ କୁ ଆଗକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ୩୫ କେଜି ଚାଉଳ ପାଇବାରେ ସହଯୋଗ କରିବାକୁ ଭୋଲାନାଥ ବେହେରା ଓ ଯୁବରାଜ ବାଗ ବିଡିଓ ଶ୍ରୀ ସୁନାଙ୍କୁ ନିବେଦନ କରିଥିଲେ। ଶିଘ୍ର ଯୋଜନାରେ ସାମିଲ କରାଯିବ ବୋଳି ନିର୍ଭର ପ୍ରତିଶୃତି ଦେଇଛନ୍ତି। ବିଡିଓ ଙ୍କ ଏପରି ସାହାଯ୍ଯ ପାଇ ପରିବାର ବର୍ଗ ବିଡିଓ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।