-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ମୁରିବାହାଲ ବ୍ଲକ ସଦର ମହକୁମା ମାହେଶ୍ୱରୀ ମନ୍ଦିର ପାଖରେ ସୋମବାର ଦିନ ସତ୍ୟମ ଶିବମ ସୁନ୍ଦରମ ବୋଲ ବମ କମିଟି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରବିବାର ରାତିରେ 82 ଜଣ ବୋଲବମ ଭକ୍ତ ଟିକ୍ରାପଡ଼ା ନଦୀ ରୁ ଜଳ ଆଣି ବାବେଜୁରୀ ମନ୍ଦିର କୁ ପହଞ୍ଚି ଶିବ ବାବାଙ୍କୁ ପାଣି ଢାଳିଥିଲେ| ବାବେଜୁରୀ ଶିବ ମନ୍ଦିର ରୁ ଆସି ସମସ୍ତ ବୋଲବମ ଭକ୍ତ ମୁରିବାହାଲ ମାହେଶ୍ୱରୀ ମନ୍ଦିର ପାଖରେ ପହଞ୍ଚି ଏକତ୍ରିତ ହୋଇ କମିଟି ପକ୍ଷରୁ ବନ୍ଧୁ ମିଲନ କାର୍ଯ୍ୟକ୍ରମ କରିବା ସହିତ ପ୍ରସାଦ ସେବନ ବ୍ୟବସ୍ଥା
କରିଥିଲେ|ସତ୍ୟମ ଶିବମ ସୁନ୍ଦରମ କମିଟି ସଭାପତି ବିକି ମହାରଣା, ଉପସଭାପତି କାଳିଆ ଖର୍ଷେଲ,ସମ୍ପାଦକ କାହ୍ନା ରାଜପୁତ, କୋଷାଧକ୍ଷ ଅଜିତ ତରିଆ, ସହ ସମ୍ପାଦକ ନୀତେଶ କୁମାର ସାହୁ,ରାମ ଆଡ଼ଯୁଆଡ଼, ଚିନ୍ମୟ ଖର୍ଷେଲ, ଜଗଦୀଶ କମ୍ପ, ଦିନେଶ ମହାକୁର, ଖଗେଶ୍ୱର ସାହୁ,କରଣ ଜାଲ,ଡମ୍ୱରୁଧର ବାଗ, ଚତ୍ରୁ କେତକି, ଅଶୋକ ଖର୍ଷେଲ, ଅଜିତ ବାଗ, ରାଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ |