-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ମୁରିବାହାଲ//(ସୁଦାମ ଚରଣ ବଘାର): ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ପଂଚାୟତ ଅଧିନସ୍ଥ ଖରାଳି ଗ୍ରାମର ବ୍ରହ୍ମଣୀ ପାହାଡ଼ ଶିବ ମନ୍ଦିରରେ ଶ୍ରାବଣ ମହୋତ୍ସବ ପାଳନ କରାଯାଉଅଛି, ଯାହା ଗତ ଗୁରୁବାର ଶ୍ରାବଣ ମାସର ପ୍ରତିପଦା ଠାରୁ ଆରମ୍ଭ ହୋଇଅଛି ଏବଂ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଉଦଯାପିତ ହେବ l ଏଠାରେ ରୁଦ୍ରାଭିଷେକ, ଜଳାଭିଷେକ, ହବନ ଓ ଶିବ ପୁରାଣ ପଠନ ନିୟମିତ ଚାଲୁଅଛି ଏବଂ ପ୍ରତ୍ୟହ ପୂଜା କର୍ମରେ ରାଜ୍ୟ ତଥା ରାଜ୍ୟ ବାହାରର ଶିବ ଭକ୍ତ ଓ ଯଜମାନ ମାନେ ଅଂଶ ଗ୍ରହଣ କରୁଛନ୍ତି l ଯାତ୍ରୀ ମାନଙ୍କ ସୁବିଧା ଦୃଷ୍ଟିକୁ ଆଖିରେ ରଖି
ଭୋଜନ ବ୍ୟବସ୍ଥା ଓ ସାମୟିକ ବିଶ୍ରାମ ଗୃହ ନିର୍ମାଣ କରାଯାଇଅଛି,ଚଳିତ ଶ୍ରାବଣ ମାସରେ ଏଠାରେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ବିବାହୋତ୍ସ ମଧ୍ୟ୍ୟ ପାଳନ କରାଯିବ l ପୂଜକ ରୂପେ ଉତ୍ତର ପ୍ରଦେଶରୁ ପଣ୍ଡିତ ଶ୍ରୀମାନ ଦିବାକର ପାଣ୍ଡେ ଓ ଛତିଶଗଡରୁ ସ୍ବାଧୀ ଶିବାନୀ ମାତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି ଏବଂ ପୂଜା କର୍ମକୁ ତତ୍ୱାବଧାନ କରୁଛନ୍ତି ପୀଠ ସଂଚଳକ ସ୍ୱାମୀ ମୁରଲୀଧରାନନ୍ଦ ବାବା l ଶ୍ରୀ ସିଦ୍ଧେଶ୍ବର ମହାଦେବ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ ବୋର୍ଡ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଉଅଛି l ମାସ ମଧ୍ୟରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଦୃଷ୍ଟିରେ ରଖି ସମସ୍ତଙ୍କୁ କୋଭିଡ ନିୟମ ମାନି ଚଲିବାକୁ ବାଧ୍ୟ କରାଯାଉଅଛି
ସ୍ଥାନୀୟ ଦରିଦ୍ର ଓ ଅନାଥ ଲୋକଙ୍କୁ ଚିହ୍ନଟ କରି ବସ୍ତ୍ର ଓ ଶୁଷ୍କ ଖାଦ୍ୟ ଦାନର ବ୍ୟବସ୍ଥା କରାଯାଇଛି l ମାଲିସିରା ଜିପି ସରପଞ୍ଚ ଶ୍ରୀ ଦେବରାଜ ପାତ୍ର, ଟ୍ରଷ୍ଟି ଦେବ ମେର୍ଲି, ଇନ୍ଦ୍ରମଣି ପଧାନ, ସବ୍ୟସାଚୀ ବେହେରା, କାପୁର୍ଚନ ତାଣ୍ଡି, ବୁଦ୍ଧଦେବ ମହାକୁର ଓ ଟ୍ରଷ୍ଟ ସମ୍ପାଦକ ପୁଲସ୍ତି ବେହେରା ସାହାଯ୍ୟ ସହଯୋଗ କରୁଛନ୍ତି l ମଠ ଦାୟିତ୍ୱରେ ରାମୁ ନିଆଲ ଓ ସାହେବ ବେହେରା ଥିବାବେଳେ ତେନ୍ତୁଳୀଖୁଣ୍ଟି ବୋଲବମ କମିଟି ସମସ୍ତ କାଉଡିଆ ଭକ୍ତଙ୍କ ଖାଦ୍ୟପେୟ ଓ ମହାଦେବଙ୍କ ଦର୍ଶନ ଦାୟିତ୍ୱରେ ଅଛନ୍ତି l ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସାହାଯ୍ୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ସମ୍ପାଦନ ହେଉଥିବାର ଦେଖିବାକୁ ମିଳିଛି।